ଆତଙ୍କବାଦୀ-ସୁରକ୍ଷାକର୍ମୀ ଗୁଳି ବିନିମୟରେ ୩ ଯବାନ ସହିଦ

ନୂଆଦିଲ୍ଲୀ : ଦକ୍ଷିଣ କାଶ୍ମୀରର ଅନନ୍ତନାଗ ଜିଲ୍ଲାରେ ଆତଙ୍କବାଦୀମାନେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ବୁଧବାର ଗୁଳି ବିନିମୟ ହୋଇଛି। ଏଥିରେ କର୍ନଲ ମନପ୍ରୀତ ସିଂ ସହିଦ ହୋଇଥିବା ବେଳେ ଜଣେ ପୋଲିସ କର୍ମୀ ଆହତ ହୋଇଛନ୍ତି।

ସେହିପରି ସୋମବାର ରାଜୌରୀ ଠାରେ ଏନକାଉଣ୍ଟରରେ ଦୁଇଜଣ ଆତଙ୍କବାଦୀ ନିହତ ହୋଇଥିବା ବେଳେ ଜଣେ ଯବାନ ଓ ଜଣେ ପୋଲିସ କର୍ମୀ ସହିଦ ହୋଇଥିଲେ। ଅପରେଶନରେ ସାମିଲ ସେନାର ଏକ କୁକୁରର ମଧ୍ୟ ମୃତ୍ୟୁ ଘଟିଛି। ସୂଚନାଯୋଗ୍ୟ ଚଳିତ ବର୍ଷ ଏପର୍ଯ୍ୟନ୍ତ ସୁରକ୍ଷାବାହିନୀର ଏନକାଉଣ୍ଟରରେ ୨୬ ଜଣ ଆତଙ୍କବାଦୀଙ୍କର ମୃତ୍ୟୁ ଓ ୧୦ ଜଣ ସୁରକ୍ଷାକର୍ମୀ ସହିଦ ହୋଇଛନ୍ତି।

Leave a Reply

Your email address will not be published. Required fields are marked *

Back to top button