ପିପିଲି ଭୋଟ୍ ପାଇଁ ଛୁଟି

ଭୁବନେଶ୍ୱର : ଆସନ୍ତା ୩୦ ତାରିଖରେ ହେବ ପିପିଲି ବିଧାନସଭା ଉପନିର୍ବାଚନ ପାଇଁ ଭୋଟ୍ ଗ୍ରହଣ। ସେଥିପାଇଁ ଏହି ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ସମସ୍ତ ସରକାରୀ ଅଫିସ୍ ଓ କୋର୍ଟ ଛୁଟି ରହିବ।

ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁଯାୟୀ ପିପିଲିରେ ସେପ୍ଟେମ୍ବର ୩୦ ତାରିଖରେ ଭୋଟ୍ ଗ୍ରହଣ ହେବାକୁ ଥିବାରୁ ସେହିଦିନ ଏହି ନିର୍ବାଚନମଣ୍ଡଳୀର ସମସ୍ତ ସରକାରୀ ଅଫିସ୍ ଓ ମାଜିଷ୍ଟ୍ରେଟ୍ କୋର୍ଟକୁ ରାଜ୍ୟ ସରକାର ଛୁଟି ଘୋଷଣା କରିଛନ୍ତି। ଫଳରେ ଏସବୁ ସରକାରୀ ଅଫିସ୍ ଓ କୋର୍ଟରେ କାର୍ଯ୍ୟରତ କର୍ମଚାରୀମାନେ ମତାଧିକାର ସାବ୍ୟସ୍ତ କରିପାରିବେ ବୋଲି ଉଲ୍ଲେଖ ରହିଛି।

Leave a Reply

Your email address will not be published. Required fields are marked *

Back to top button