୫ଟି ସଚିବଙ୍କୁ ସୌମ୍ୟଙ୍କ ଟାର୍ଗେଟ

ଭୁବନେଶ୍ଵର : ବିଜେଡି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ ପୂର୍ବରୁ ମନ୍ତ୍ରୀ ବଡ଼ ନା ସଚିବ ବଡ଼ ପ୍ରସଙ୍ଗ ବିଭିନ୍ନ ମହଲରେ ଚର୍ଚ୍ଚାକୁ ଖୋରାକ ଯୋଗାଇଥିଲା। ଏବେ ଦୈନିକ ଖବର କାଗଜ ‘ସମ୍ବାଦ’ରେ ‘ଆମ ଘରର ହାଲଚାଲ’ ସ୍ତମ୍ଭରେ ଜନ୍ମଦିନର ଅନୁଚିନ୍ତା ଶୀର୍ଷକ ଲେଖା ପୁଣି ଚର୍ଚ୍ଚାକୁ ଆସିଛି। କାରଣ ସେ ୫-ଟି ବନାମ ୫-ମ ଲେଖି କଟାକ୍ଷ କରିଥିବା ବେଳେ ୫ଟି ସଚିବଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି।

ଭିନ୍ନ ପ୍ରସଙ୍ଗ ନେଇ ବିଜେଡିର ବ୍ୟଥା ବଢ଼ାଉଥିବା ବିଜେଡି ବିଧାୟକ ସୌମ୍ୟ ରଂଜନ ପଟ୍ଟନାୟକ ୫-ଟି ସଚିବ ଭି.କେ ପାଣ୍ଡିଆନଙ୍କୁ ଟାର୍ଗେଟ କରିଛନ୍ତି। ଦୈନିକ ଖବର କାଗଜ ‘ସମ୍ବାଦ’ରେ ‘ଆମ ଘରର ହାଲଚାଲ’ ସ୍ତମ୍ଭରେ ଜନ୍ମଦିନର ଅନୁଚିନ୍ତା ଶୀର୍ଷକ ଲେଖା ପୁଣି ଚର୍ଚ୍ଚା ପରିସରକୁ ଆସିଛି। କାରଣ ସେ ୫-ଟି ବନାମ ୫-ମ ଲେଖି କଟାକ୍ଷ କରିଥିବା ବେଳେ ୫ଟି ସଚିବଙ୍କୁ ଟାର୍ଗେଟ କରିଛନ୍ତି। ସୌମ୍ୟ।

ଖବର ଅନୁଯାୟୀ ସୌମ୍ୟ ରଞ୍ଜନ ଏକ ସଭାରେ ୫-ଟି ସଚିବ ମୁଖ୍ୟମନ୍ତ୍ରୀଙ୍କ ଅଡ଼ିଓ ଶୁଣାଇବା ଘଟଣାକୁ ଅବତାରଣା କରି ୫-ମ ପ୍ରସଙ୍ଗ ଉଠାଇଛନ୍ତି। ମା, ମାଟି, ମାତୃଭାଷା, ମୋବାଇଲ ଓ ମଦ ମୁକ୍ତ ଓଡ଼ିଶାର ୫ଟି ‘ମ’ କଥାକୁ ସଚିବ ଅତ୍ୟନ୍ତ ଗୁରୁତର ସହକାରେ ଗ୍ରହଣ କରିଥିବା ଲେଖିଛନ୍ତି। ଏଥିସହ୫-ଟି ସଚିବଙ୍କ ହେଲିକପ୍ଟର ବୁଲା ଓ ଅଭିଯୋଗ ଗ୍ରହଣକୁ କଡ଼ା ସମାଲୋଚନା କରିଥିବା ବେଳେ ଅଭିଯୋଗ ଗ୍ରହଣ ପାଇଁ ଜିଲ୍ଲାରେ ଜିଲ୍ଲାପାଳ ଅଛନ୍ତି। କାହିଁକି ହେଲିକପ୍ଟରରେ ବୁଲି ଏତେ ଟଙ୍କା ଖର୍ଚ୍ଚ କରାଯାଉଛି ବୋଲି ପ୍ରଶ୍ନ ଉଠାଇଛନ୍ତି। ଏହାଛଡ଼ା ମାସ ଶେଷ ବେଳକୁ ୫-ଟି ସଚିବଙ୍କ ହେଲିକପ୍ଟର ଗସ୍ତର ଆନୁମାନିକ ଖର୍ଚ୍ଚ ହିସାବ ୩୦୦ କୋଟି ହେବ ବୋଲି କରିଛନ୍ତି ଆକଳନ। ସଚିବଙ୍କ ଗସ୍ତ ପାଇଁ ମନ୍ତ୍ରୀ ଓ ବିଧାୟକ ବର୍ଷାରେ ଛତା ଧରି ଗାତ ଖୋଳି ଟେଣ୍ଟ ପକାଇବା ପ୍ରସଙ୍ଗ ଉଠାଇ କଟାକ୍ଷ କରିଛନ୍ତି। ଆଉ ପ୍ରଶ୍ନ କରିଛନ୍ତି ଏପରି ଜଣେ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କୁ ବିଜ୍ଞପିତ କରିବା ପଛର କାରଣ କ’ଣ।

ସେହିପରି ସୌମ୍ୟ। ଉଲ୍ଲେଖ କରିଛନ୍ତି ନବୀନ ବିଜେଡିର ସଂପତ୍ତି। ତେବେ ଦଳ କ’ଣ ଏତେ ଦୁର୍ବଳ ହୋଇଗଲା ଯେ ତାର ମୂଲ୍ୟବାନ ସଂପତ୍ତିକୁ ବାଜି ଲଗାଇବା ପାଇଁ ବାଧ୍ୟ ହେଉଛି ? ମଣିପୁର ପ୍ରସଙ୍ଗରେ ଦଳ ନିରବ ରହିବା କଥା ଉଠାଇ ସେ ଲେଖିଛନ୍ତି ପାର୍ଟି ଓ ମାଟି ମଧ୍ୟରେ ଦ୍ୱନ୍ଦ୍ୱ ହେଲେ ମାଟି ହିଁ ସବୁ ବେଳେ ଜିତିବ। ଆମ ଉତ୍କଳ ଜନନୀ ଏବେ ଅବହେଳିତ ଓ ଲୁଣ୍ଠିତ ହେଲାଭଳି ମନେ ହେଉଛି। ପାର୍ଟି ବଡ଼ ନା ମାଟି ବଡ଼ ଏକ ପ୍ରଶ୍ନ ନୁହେଁ ବରଂ ଆମ ପାଇଁ ପାର୍ଟି ନୁହେଁ ବରଂ ମାଟି ବଡ଼ ଏକ ଆପ୍ତବାକ୍ୟ ହେବା ଉଚିତ ବୋଲି ସେ ଲେଖିଛନ୍ତି।

Leave a Reply

Your email address will not be published. Required fields are marked *

Back to top button