ବରଯାତ୍ରୀରେ ନାଚିବାରୁ କଳି : ସ୍ଵାମୀ-ସ୍ତ୍ରୀ କେନାଲକୁ ଡେଇଁଲେ

ହରଦୋଇ : ବରଯାତ୍ରୀରେ ନାଚିବାକୁ କେନ୍ଦ୍ରକରି ଜୀବନ ହାରିବା ପର୍ଯ୍ୟନ୍ତ କଥା ଯାଇଛି। ଏହାକୁ ନେଇ ଝଗଡା ହେବାରୁ ପ୍ରଥମେ ସ୍ତ୍ରୀ ଆରତୀ ପରେ ସ୍ଵାମୀ ମାନସିଂହ କେନାଲକୁ ଡେଇଁପଡିଥିବା ଜଣାପଡିଛି। ଏହି ଘଟଣା ଉତ୍ତରପ୍ରଦେଶର ହରଦୋଇରେ ଘଟିଛି।

ଖବର ଅନ୍ୟଯାୟୀ ମାଧୌଗଞ୍ଜ ପୋଲିସ ଷ୍ଟେସନ ଅଞ୍ଚଳର ନେବାଦ ଗାଁର ବାସିନ୍ଦା ମାନସିଂହଙ୍କ ସଡ଼ୁ ବିଲଗ୍ରାମ କୋତୱାଲୀ ଅଞ୍ଚଳର ଅଖତିଆରରପୁରରେ ରୁହନ୍ତି। ମାନସିଂହ ତାଙ୍କ ପତ୍ନୀ ଆରତୀଙ୍କ ସହ ବିବାହ ଉତ୍ସବରେ ଯୋଗଦେବାକୁ ସେଠାକୁ ଯାଇଥିଲେ। ବିବାହରେ ଆରତୀ ତାଙ୍କ ଭଉଣୀମାନଙ୍କ ସହ ନାଚିଥିଲେ। ଏହାକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ଆରମ୍ଭ ହୋଇଥିଲା। ଉଭୟ ଘରକୁ ଫେରୁଥିବା ବେଳେ ଶାରଦା କେନାଲ ବ୍ରିଜ ଉପରେ ଆରତୀ ହଠାତ୍ ବାଇକରୁ କେନାଲକୁ ଡେଇଁ ପଡ଼ିଥିଲେ। ଆରତୀଙ୍କୁ ବଞ୍ଚାଇବା ପାଇଁ ମାନସିଂହ ମଧ୍ୟ କେନାଲକୁ ଡେଇଁଥିଲେ। କେନାଲରେ ଅଧିକ ପାଣି ଥିବାରୁ ଦୁହେଁ ଭାସିଯାଇ ନିଖୋଜ ଥିବା ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *

Back to top button