ଘର ଭିରରକୁ କାର୍ ପଶିଯିବାରୁ ମହିଳା ମୃତ

ବୌଦ୍ଧ : ବୌଦ୍ଧ ଜିଲ୍ଲା ରାଧାନଗର ପଞ୍ଚାୟତର ଲୁହୁରାଗଡ଼ିଆ ଛକରେ ଅଘଟଣ। ଏକ ଦ୍ରୁତଗାମୀ କାର ଘର ଭିତରକୁ ପଶି ଓଲଟିବାରୁ ପାନେଶ୍ଵରୀ ଧଳ ନାମକ ମହିଳାଙ୍କ ମୃତ୍ୟ ଘଟିଛି। ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ଗ୍ରାମବାସୀ ଜାତୀୟ ରାଜପଥ ଅବରୋଧ କରିଛନ୍ତି।

ଖବର ଅନୁଯାୟୀ ରବିବାର ସକାଳେ ଭୁବନେଶ୍ୱରରୁ ବୌଦ୍ଧ ଆସୁଥିବା ଇନୋଭା କାରଟି ହଠାତ ନିୟନ୍ତ୍ରଣ ହରାଇ ଏକ ଘର ଭିତରକୁ ପଶିଯାଇ ମହିଳାଙ୍କୁ ଧକ୍କା ଦେବାପରେ ଓଲଟିପଡ଼ିଥିଲା। ଘଟଣାସ୍ଥଳରେ ମହିଳାଙ୍କ ମୃତ୍ୟୁ ହୋଇଛି। ଗ୍ରାମବାସୀଙ୍କ ରାସ୍ତା ଅବରୋଧ ଯୋଗୁଁ ୫୭ ନଂ ଜାତୀୟ ରାଜପଥର ଉଭୟ ପାର୍ଶ୍ଵରେ ଶହ ଶହ ଗାଡ଼ିମଟର ଅଟକି ରହିଛି। ଘଟଣାସ୍ଥଳରେ ବୌଦ୍ଧ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ କାର ଚାଳକ ଫେରାର ହୋଇଯାଇଥିବା ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *

Back to top button