ରାଜା ଘରର ଗୁମର : ପତ୍ନୀ ଅଦ୍ରିଜା ଆଣିଲେ ଅର୍କେଶଙ୍କ ବିରୋଧରେ ଯୌତୁକ ନିର୍ଯାତନା ଅଭିଯୋଗ

ବଲାଙ୍ଗିର : ବଲାଙ୍ଗୀରି ରାଜପରିବାର ବିରୋଧରେ ଯୌତୁକ ନିର୍ଯାତନା ଅଭିଯୋଗ। ଅନଙ୍ଗ ଉଦୟ ସିଂ ଦେଓଙ୍କ ସାନ ପୁଅ ଅର୍କେଶ ସିଂ ଦେଓଙ୍କ ପତ୍ନୀ ଅଦ୍ରିଜା ସିଂ ଏହି ଅଭିଯୋଗ ଆଣିଛନ୍ତି। ଯାହାକୁ ନେଇ ସାଧାରଣରେ ଚର୍ଚ୍ଚା ଆରମ୍ଭ ହୋଇଛି।

ଖବର ଅନୁଯାୟୀ ୨୦୧୭ ନଭେମ୍ବର ୨୩ରେ ଅଦ୍ରିଜା ଓ ଅର୍କେଶ ସିଂଙ୍କୁ ବିବାହ କରିଥିଲେ। ଅଦ୍ରିଜା ହେଉଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ବିଶ୍ୱନାଥ ପ୍ରତାପ ସିଂଙ୍କ ନାତୁଣୀ। ଏବେ ରାଜା ଘରର ଗୁମର ଖୋଲିଛି। ଅଦ୍ରିଜାଙ୍କ ଅଭିଯୋଗ କରିଛନ୍ତି ଶ୍ୱଶୁର ଅନଙ୍ଗ ଉଦୟ ସିଂ ଦେଓ, ବିଜୟ ଲକ୍ଷ୍ମୀ ଦେବୀ, ମେଘନା ରାଣା ଗତ ୫ ବର୍ଷ ଧରି ତାଙ୍କୁ ବାରମ୍ବାର ମାନସିକ ନିର୍ଯାତନା ଦେଉଥିଲେ। ବେଡ୍‌ରୁମ୍‌ରେ କ୍ୟାମେରା ଲଗାଜୀବ ସହ ତାଙ୍କୁ ଗାଳିଗୁଲଜ ଓ ଧମକଚମକ ଦିଆଯାଉଥିଲା। ମ୍ୟାନେଜରଙ୍କ ମାଧ୍ୟମରେ ତାଙ୍କୁ ହତ୍ୟା ପାଇଁ ଉଦ୍ୟମ ମଧ୍ୟ କରାଯାଇଥିଲା।

କେବଳ ସେତିକି ନୁହେଁ ନିର୍ବାଚନ ସମୟରେ ଟଙ୍କା ଆଣିବା ପାଇଁ ତାଙ୍କୁ କୁହାଯାଇଥିବା ଅଦ୍ରିଜା ଅଭିଯୋଗରେ ଦର୍ଶାଇଛନ୍ତି। ଆଉ ନିବେଦନ କରିଛନ୍ତି ତାଙ୍କ ଜୀବନ ପ୍ରତି ବିପଦ ଥିବାରୁ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦିଆଯାଉ। ସେ ପୋଲିସକୁ ଅଭିଯୋଗ କରିଥିଲେ। କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ। ଚାପ ପ୍ରୟୋଗ କରି ପୋଲିସକୁ ମ୍ୟାନେଜ କରାଯାଇଥିବା ଅଭିଯୋଗ ଆଣି ନ୍ୟାୟ ପାଇଁ ଉତ୍ତରାଖଣ୍ଡ ଡିଜିପିଙ୍କୁ ଅଦ୍ରିଜା ଭେଟିଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button