ଏହି ସ୍କୁଟର ଥରେ ଚାର୍ଜ ହେଲେ ୧୨୦ କିମି ଦୌଡିବ
ନୂଆଦିଲ୍ଲୀ : ବଜାରରେ ଏବେ ଇଲେକ୍ଟ୍ରିକ୍ ସ୍କୁଟରଗୁଡିକର ଚାହିଦା ବୃଦ୍ଧିପାଉଥିବା ବେଳେ ହାଇଦ୍ରାବାଦର ଏକ ଷ୍ଟାର୍ଟଅପ୍ କମ୍ପାନୀ Pure EVର ଏଟ୍ରାନ୍ସ ନିଇଓ ସ୍କୁଟର ବଜାର ପ୍ରବେଶ କରାଇଛି। ଏହାର ପ୍ରାରମ୍ଭିକ ଦାମ ରହିଛି ୭୮,୯୯୯ ଟଙ୍କା। ଫୁଲ ଚାର୍ଜରେ ୧୨୦ କିଲୋମିଟର ପର୍ଯ୍ୟନ୍ତ ଦୌଡିବ। ଏହାର ଟପ୍ ସ୍ପିଡ୍ ଘଣ୍ଟାପ୍ରତି ୬୦ କିଲୋମିଟର। ୫ ସେକେଣ୍ଡ ମଧ୍ୟରେ ୦ରୁ ୪୦ କିଲୋମିଟର ପ୍ରତିଘଣ୍ଟା ବେଗ ଧରିପାରେ। ଏଟ୍ରାନ୍ସ ନିଇଓର ଲୋଡ କାପାସିଟି ୧୫୦କେଜି ପର୍ଯ୍ୟନ୍ତ ରହିଛି।
Etrance Neo ସ୍କୁଟର ୬ଟି ରଙ୍ଗରେ ଉପଲବ୍ଧ। ଧଳା, ଲାଲ୍, ନୀଳ, କଳା, ଗ୍ରେ ଓ ସିଲଭର ରଙ୍ଗରେ ମିଳୁଛି। ଏଥିରେ ଚାରି ଇଞ୍ଚର ଏଲ୍ସିଡି ଡିସପ୍ଲେ, LED ହେଡଲାଇଟ୍ ଓ ସ୍ମାର୍ଟ ଲକ୍ ରହିଛି। 2.5kWH ଲିଥିୟମ ବ୍ୟାଟେରୀ ଯାହାକି BLDC ମୋଟର ସହ ଯୋଡିହୋଇ ରହିଛି। ଏଥିସହ ପୋର୍ଟେବୁଲ ବ୍ୟାଟେରୀ ଦିଆଯାଇଛି ଯାହା ଆପଣ ଚାହିଁଲେ ବାହାର କରିପାରିବେ। ଏଟ୍ରାନ୍ସ ନିଇଓର ଇଲେକ୍ଟ୍ରିକ୍ ସ୍କୁଟରରେ ଦମଦାର ଲୁକ୍ ସହିତ ରହିଛି ଆକର୍ଷଣୀୟ ଫିଚର୍ସ।


























