ବିକାଶ ପ୍ରସଙ୍ଗ : ନବରଙ୍ଗପୁର ବିଜେଡି ରାଜନୀତି ସରଗରମ

ଭୁବନେଶ୍ଵର : ବିକାଶ ପ୍ରସଙ୍ଗକୁ ନେଇ ନବରଙ୍ଗପୁର ବିଜେଡି ରାଜନୀତି ସରଗରମ। ପୂର୍ବତନ ସାଂସଦ ତଥା ଏସଡିଏସ ଉପଦେଷ୍ଟା ପ୍ରଦୀପ ମାଝୀଙ୍କ ବୟାନ ଉପରେ ପ୍ରଶ୍ନ ଉଠାଇଲେ ପୂର୍ବତନ ସାଂସଦ ତଥା ରାଜ୍ୟ ବିଜେପି ଉପସଭାପତି ବଳଭଦ୍ର ମାଝୀ। ସେ କହିଛନ୍ତି ଏପରି ବୟାନ ପଛରେ କଣ ରହିଛି ଉଦ୍ଦେଶ୍ୟ ?

ଖବର ଅନୁଯାୟୀ ରବିବାର ଝରିଗାଁରେ ଆୟୋଜିତ କୃଷକ ସମାବେଶରେ ବରିଷ୍ଠ ବିଜେଡି ନେତା ପ୍ରଦୀପ ମାଝୀ ବ୍ଲକର ବିକାଶକୁ ନେଇ ମନ୍ତବ୍ୟ ଦେଇଥିଲେ। ସେ କହିଥିଲେ ୩୦ ବର୍ଷ ହେଲା ବ୍ଲକରେ କୌଣସି ବିକାଶ ହୋଇନାହିଁ। ପ୍ରଦୀପଙ୍କ ବୟାନ ଉପରେ ସ୍ଵର ଉଠାଇଛନ୍ତି ପୂର୍ବତନ ସାଂସଦ ତଥା ରାଜ୍ୟ ବିଜେପି ଉପସଭାପତି ବଳଭଦ୍ର ମାଝୀ। ସେ ପ୍ରଶ୍ନ କରିଛନ୍ତି ଏପରି ବୟାନ ପଛରେ କଣ ରହିଛି ଉଦ୍ଦେଶ୍ୟ ?

ଗଣମାଧ୍ୟମକୁ ବଳଭଦ୍ର କହିଛନ୍ତି ୩୦ ବର୍ଷ ଧରି କ୍ଷମତାରେ ଝରିଗାଁ ବ୍ଲକର ଦୁଇ ମାଝୀ ପରିବାର ରହିଛନ୍ତି। ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ଯାଦବ ମାଝୀଙ୍କ ପରିବାର ଓ ପୂର୍ବତନ ସାଂସଦ ଭଗବାନ ମାଝୀଙ୍କ ପରିବାର ହିଁ ଝରିଗାଁ ବ୍ଲକର ପ୍ରତିନିଧିତ୍ୱ କରିଆସୁଛନ୍ତି। ତେଣୁ ପ୍ରଦୀପ କେଉଁ ନେତାଙ୍କ ଉଦ୍ଦେଶ୍ୟରେ କହିଛନ୍ତି ନା ନିଜ ଦୋଷକୁ ସ୍ୱୀକାର କରିଛନ୍ତି ବୋଲି ବଳଭଦ୍ର ଆକ୍ଷେପ କରିଛନ୍ତି। ସେ କହିଛନ୍ତି ଦୁଇ ମାଝୀ ପରିବାର ଦୀର୍ଘବର୍ଷ ଧରି କ୍ଷମତାରେ ରହିବା ସତ୍ୱେ ଝରିଗାଁ ବ୍ଲକର ବିକାଶ ହୋଇପାରିଲା ନାହିଁ। ତେଣୁ ଆଗାମୀ ନିର୍ବାଚନରେ ଏହି ଦୁଇ ପରିବାରର କେହି ନିର୍ବାଚନ ଲଢିଲେ ଭୋଟ ନଦେବାକୁ ବଳଭଦ୍ର ଜନତାଙ୍କୁ ଅପିଲ କରିଛନ୍ତି।

Leave a Reply

Your email address will not be published. Required fields are marked *

Back to top button