ନ୍ୟାୟାପାଳିକାରେ ମହିଳାଙ୍କ ପାଇଁ ୫୦ ପ୍ରତିଶତ ସଂରକ୍ଷଣ ରହିବା ଉଚିତ

ନୂଆଦିଲ୍ଲୀ : ନ୍ୟାୟପାଳିକାରେ ୫୦ ପ୍ରତିଶତ ଓ ଦେଶର ସମସ୍ତ ଆଇନ ବିଦ୍ୟାଳୟରେ ମହିଳାଙ୍କ ପାଇଁ ସଂରକ୍ଷଣ ରହିବା ଉଚିତ୍। ଏଥିପାଇଁ ସରକାରଙ୍କୁ ସୁପାରିଶ କରାଯିବାର ଆବଶ୍ୟକତା ରହିଛି। ଏହା ମହିଳାଙ୍କ ଅଧିକାର ଓ ଏହାକୁ ହାସଲ କରିବାକୁ ସେମାନେ ହକଦାର। ଏହା କହିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟର ପ୍ରଧାନ ବିଚାରପତି ଏନଭି ରମନ୍ନା।

ସୁପ୍ରିମକୋର୍ଟରେ ନିଯୁକ୍ତ ୯ ନୂତନ ଜଜଙ୍କ ସମ୍ମାନରେ ଆୟୋଜିତ ସମାରୋହରେ ସୁପ୍ରିମକୋର୍ଟର ମହିଳା ଓକିଲଙ୍କୁ ସମ୍ବୋଧିତ କରି ପ୍ରଧାନ ବିଚାରପତି ଏନଭି ରମନ୍ନା କହିଛନ୍ତି ଦଶହରା ପରେ ଉଚ୍ଚତମ ନ୍ୟାୟାଳୟର କକ୍ଷରେ ପ୍ରତ୍ୟେକ୍ଷ ଶୁଣାଣି ହେବାର ସମ୍ଭାବନା ଉପରେ ବିଚାର କରାଯାଉଛି। ଅଦାଲତ ବର୍ତ୍ତମାନ ଚିକିତ୍ସା ପରାମର୍ଶ ପାଳନ କରୁଛି। କାରଣ ଜଜମାନେ ସିଟ୍ ପଛପଟେ ବସିଥାନ୍ତି। କିନ୍ତୁ ଓକିଲ ଶୁଣାଣି ବେଳେ ପରସ୍ପରର ସାମ୍ନାରେ ଥାଆନ୍ତି। ଏଥିପାଇଁ ଆମେ ଜଜଙ୍କଠାରୁ ଅଧିକ ଚିନ୍ତା ଓକିଲଙ୍କ ସ୍ଵାସ୍ଥ୍ୟ ଓ ସୁରକ୍ଷାକୁ ନେଇ ରହିଛି। ସିଜେଆଇ କହିଛନ୍ତି ସୁପ୍ରିମକୋର୍ଟ ଓକିଲଙ୍କ କୋର୍ଟ ରୁମରେ ପ୍ରବେଶ ପାଇଁ ଏସଓପିକୁ ସଂଶୋଧିତ କରାଯାଉଛି।

Leave a Reply

Your email address will not be published. Required fields are marked *

Back to top button