ଅକ୍ଟୋବରରୁ ଡେବିଟ ଓ କ୍ରେଡିଟ କାର୍ଡ ପେମେଣ୍ଟ ପଦ୍ଧତି ବଦଳିବ

ନୂଆଦିଲ୍ଲୀ : ଆସନ୍ତା ମାସରୁ ଅଟୋ ଡେବିଟ୍ ପେମେଣ୍ଟ ବ୍ୟବସ୍ଥାରେ ପରିବର୍ତ୍ତନ ହେବାକୁ ଯାଉଛି। ନୂଆ ନିୟମ ଅନୁସାରେ ବ୍ୟାଙ୍କ ଓ ପେ-ଟିଏମ, ଫୋନ ପେ ଭଳି ଡିଜିଟାଲ ପ୍ଲାଟଫର୍ମକୁ କିସ୍ତି ଅଥବା ବିଲ ବାବଦ ଅର୍ଥ କାଟିବା ପୂର୍ବରୁ ପ୍ରତ୍ୟେକ ଥର ଅନୁମତି ନେବାକୁ ପଡିବ। ତେଣୁ ଏହି ସଂସ୍ଥା ଗୁଡିକ ପୂର୍ବ ଭଳି ଥରେ ଅର୍ଥ କାଟି ନେବା ପରେ ବାରମ୍ବାର ଯେପରି ନ କଟିବି ସେଥିପାଇଁ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବେ।

ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପୂର୍ବରୁ ଏ ସମ୍ପର୍କରେ ସୂଚିତ କରିସାରିଛି। ଡେବିଟ, କ୍ରେଡିଟ, ୟୁନିଫାଏଡ ପେମେଣ୍ଟସ୍ ଇଣ୍ଟରଫେସ (ୟୁପିଆଇ) ଅଥବା ଅନ୍ୟ ପ୍ରିପେଡ ପେମେଣ୍ଟ ଇନଷ୍ଟ୍ରୁମେଣ୍ଟ (ପିପିଆଇ) ଉପଯୋଗ କରୁଥିବା ରେକରିଂ ଟ୍ରାଞ୍ଜାକ୍ସନ ଲାଗି ଅତିରିକ୍ତ ଫେକ୍ଟର ଅଥେଣ୍ଟିକେସନ (ଏଏଫଏ)ର ଆବଶ୍ୟକତା ହେବ ବୋଲି ଆରବିଆଇ କହିଥିଲେ। ସେହି ଅନୁସାରେ ଏବେ ନୂଆ ନିୟମ ଲାଗୁ ହେବା ପରେ ପେମେଣ୍ଟ ଡ୍ୟୁ ଡେଟର ୫ ଦିନ ପୂର୍ବରୁ ଗ୍ରାହକଙ୍କ ମୋବାଇଲରେ ନୋଟିଫିକେସନ ପଠାଇବାକୁ ପଡିବ।

ସେହିପରି ପେମେଣ୍ଟର ୨୪ ଘଣ୍ଟା ପୂର୍ବରୁ ସେମାନେ ରିମାଇଣ୍ଡର ଦେବେ। ଏହି ରିମାଇଣ୍ଡରରେ ଦେୟ ତାରିଖ ସମେତ ଦେୟ ରାଶିର ପରିମାଣ ରହିବ। ଯେଉଁଥିରେ ସେମାନେ ଅପ୍ଟ ଆଉଟ୍ ଅଥବା ପାର୍ଟ ପେର ବିକଳ୍ପ ରଖିବେ। ୧ ଅକ୍ଟୋବରରୁ ସାରା ଦେଶରେ ଏହି ନିୟମ ଲାଗୁ ହେବ। ଏହାଛଡା ବ୍ୟବସ୍ଥାରେ ୫ ହଜାର ଟଙ୍କାରୁ ଅଧିକ ଦେୟ କ୍ଷେତ୍ରରେ ଓଟିପି ବ୍ୟବସ୍ଥା ରହିବ।

Leave a Reply

Your email address will not be published. Required fields are marked *

Back to top button