ଦୁର୍ଦ୍ଦାନ୍ତ ଅପରାଧୀ ରାକାକୁ ଏନ୍‌କାଉଣ୍ଟର

କଟକ : ବାଲିକୁଦା ଅଞ୍ଚଳର ଦୁର୍ଦ୍ଦାନ୍ତ ଅପରାଧୀ ରାକା ଓରଫ ରାକେଶ ଦାସକୁ କଟକରେ ଏନ୍‌କାଉଣ୍ଟର। ରାକାର ଗୋଡ଼ରେ ଗୁଳି ବାଜିଥିବାରୁ ସେ ଆହତ ହୋଇଛି। ତାକୁ କଟକ ବଡ଼ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।

ଖବର ଅନୁଯାୟୀ ଦୁର୍ଦ୍ଦାନ୍ତ ଅପରାଧୀ ରାକାକୁ ଧରିବାକୁ ପୋଲିସ ଉଦ୍ୟମ କରିବାରୁ ସେ ପ୍ରଥମେ ପୋଲିସ ଉପରକୁ ଗୁଳିମାଡ଼ କରିଥିଲା। ଏହାର ପାଲଟା ଜବାବରେ ରାକା ଆହତ ହୋଇଥିଲା। ରାକା ନାଁରେ ବିଭିନ୍ନ ଥାନାରେ ଏକାଧିକ ଅପରାଧିକ ମାମଲା ରହିଛି। ତା ନିକଟରୁ ଗୋଟିଏ ବନ୍ଧୁକ ଓ ୩ ରାଉଣ୍ଡ ଗୁଳି ଜବତ ହୋଇଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button