ବିଧାୟକ ପ୍ରଦୀପଙ୍କ ଘରୁ ୧.୪୪ କେଜି ସୁନା ଜବତ

ଭୁବନେଶ୍ୱର : ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରୁ ଭିଜିଲାନ୍ସ ୧୪୪୦ ଗ୍ରାମ (୧.୪୪ କେଜି) ସୁନା ଜବତ କରିଛି।

ଖବର ଅନୁଯାୟୀ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରୁ ସବ୍ୟସାଚୀ ବ୍ରାଣ୍ଡର ୨୪ ଲକ୍ଷ ୨୫ ହଜାର ଟଙ୍କାର ହାର ମଧ୍ୟ ଜବତ କରାଯାଇଛି। ସେସବୁ ସମ୍ପତ୍ତି ବାଜ୍ୟାପ୍ତି ସହିତ ତାଙ୍କର ଓ ତାଙ୍କ ପରିବାରର ସଦସ୍ୟଙ୍କ ବ୍ୟାଙ୍କ ଆକାଉଣ୍ଟ ଗୁଡ଼ିକୁ ଫ୍ରିଜ୍ କରିବାକୁ ପଦକ୍ଷେପ ନିଆଯାଇଛି। ଭିଜିଲାନ୍ସ ଅଧିକାରୀ କହିଛନ୍ତି ଚଢ଼ାଉ ବେଳେ ଜବତ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ରଗୁଡ଼ିକୁ ଭିଜିଲାନ୍ସ ଫାଇନାନ୍ସିଆଲ ଓ୍ୱିଙ୍ଗର ଅଧିକାରୀ, ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଓ ବ୍ୟାଙ୍କ କନ୍‌ସଲଟାଣ୍ଟ ଯାଞ୍ଚ କରୁଛନ୍ତି।

ସୂଚନାଯୋଗ୍ୟ ରବିବାର ଭିଜିଲାନ୍ସ ପକ୍ଷରୁ ବିଧାୟକ ଶ୍ରୀ ପାଣିଗ୍ରାହୀଙ୍କ ଭୁବନେଶ୍ୱର ସ୍ଥିତ ସରକାରୀ ବାସଭବନରେ ସକାଳ ସାଢ଼େ ୭ଟାରେ ଚଢ଼ାଉ କରାଯାଇଥିଲା। ଆଜି ସକାଳ ୬ଟାରେ ଭିଜିଲାନ୍ସ ଅଧିକାରୀମାନେ ସେଠାରୁ ବାହାରିଥିଲେ।

Leave a Reply

Your email address will not be published. Required fields are marked *

Back to top button