ଅଭିନେତ୍ରୀ ଶର୍ଲିନ୍‌ଙ୍କ ଅଭିଯୋଗ ଷ୍ଟାରଙ୍କ ପତ୍ନୀମାନେ ସେବନ କରୁଛନ୍ତି ଧଳା ପାଉଡର

ମୁମ୍ବାଇ : ବଲିଉଡ ସୁପରଷ୍ଟାର ଶାହାରୁଖ ଖାନ୍‌ଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ବିବାଦୀୟ ଅଭିନେତ୍ରୀ ଶର୍ଲିନ୍‌ ଚୋପ୍ରା। ଶାହାରୁଖ ଖାନ୍‌ଙ୍କ ପାର୍ଟିରେ ବଲିଉଡର ଷ୍ଟାରମାନଙ୍କ ପତ୍ନୀମାନେ ଧଳା ପାଉଡର ସେବନ କରୁଥିବା ସେ ଦାବି କରିଛନ୍ତି ।

ଖବର ଅନୁଯାୟୀ ଶର୍ଲିନ୍‌ ଚୋପ୍ରା ତାଙ୍କ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଏକ ପୁରୁଣା ଇଣ୍ଟରଭ୍ୟୁର ଭିଡିଓକୁ ସେୟାର କରିଛନ୍ତି। ଏଥିରେ ଶାହାରୁଖ ଖାନ୍‌ଙ୍କ ସହ ଜଡିତ ଏକ ପାର୍ଟି ବିଷୟରେ ଶର୍ଲିନ କହିଛନ୍ତି ଯେତେବେଳେ ମୁଁ ନାଚି ନାଚି ଥକି ଯାଇଥିଲି ମୁଁ ସେତେବେଳେ ୱାଶରୁମ୍ ଆଡକୁ ଯାଇଥିଲି। ୱାଶରୁମ୍ ଯିବାକୁ କବାଟ ଖୋଲିଲା ପରେ ଯେଉଁ ଦୃଶ୍ୟ ଦେଖିଲି ମୁଁ ଆଶ୍ଚର୍ଯ୍ୟ ହୋଇଗଲି। ମୁଁ କୌଣସି ଭୁଲ ସ୍ଥାନକୁ ଚାଲି ଆସିଲି ବୋଲି ମୋତେ ଲାଗିଲା। କିନ୍ତୁ ସେଠାରେ ବଲିଉଡ ଷ୍ଟାରଙ୍କ ପତ୍ନୀମାନେ ମିରର ସାମ୍ନାରେ ଠିଆ ହୋଇ ଧଳା ପାଉଡର ନେଉଥିଲେ।

ଶର୍ଲିନ ଆହୁରି କହିଛନ୍ତି ଏଭିଳ ଦୃଶ୍ୟ ଦେଖି ମୁଁ ତାଜୁବ୍‌ ହୋଇଯିବା ସହିତ ମୋତେ ଜୋରଦାର ଧକ୍କା ଲାଗିଥିଲା। ମୁଁ ସେହି ଷ୍ଟାରମାନଙ୍କ ପତ୍ନୀଙ୍କ ଆଡକୁ ଦେଖିକି ହସିଲି। ତାଙ୍କ କାର୍ଯ୍ୟକୁ ଅଣଦେଖା କରିବା ଭଲ ବୋଲି ଭାବିଲି। ମୁଁ ଦେଖିଲି ସମସ୍ତେ ନିଜ ଭିତରେ ହଜି ଯାଇଛନ୍ତି। ଏହା ପରେ ମୁଁ ଶାହାରୁଖ ଖାନ ଓ ତାଙ୍କ ବନ୍ଧୁଙ୍କୁ କହି ସେଠାରୁ ଚାଲିଗଲି। ସେଦିନ ମୁଁ ବୁଝିଲି ଯେ, ବଲିଉଡରେ ଏଭଳି ବହୁତ ପାର୍ଟି ହେଉଛି।’ ବର୍ତ୍ତମାନ ଶର୍ଲିନଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସୂଚନାଯୋଗ୍ୟ ଡ୍ରଗ୍ସ ମାଲାରେ ଆର୍ଯ୍ୟନ୍‌ ଖାନ୍‌ ଗିରଫ ହେବା ପରେ ଏହି ଖବର ଅନେକ ସେଲେବ୍ରିଟି ତାଙ୍କୁ ସମର୍ଥନ କରୁଥିବା ବେଳେ ଆଉ କିଛି ବିରୋଧ କରୁଥିବାର ଦେଖିବାକୁ ମିଳିଛି।

Leave a Reply

Your email address will not be published. Required fields are marked *

Back to top button