ହୋଟେଲ୍‌ରେ ଦେହ ବ୍ୟବସାୟ : ୩ ବଙ୍ଗୀୟ ଯୁବତୀ ଉଦ୍ଧାର, ୨ ଗ୍ରାହକ ଅଟକ

ଭଦ୍ରକ : ଭଦ୍ରକ ସହରରେ ଦେହ ବ୍ୟବସାୟ। ପୋଲିସ ହୋଟେଲ ଉପରେ ଚଢଉ କରି ୩ ବଙ୍ଗୀୟ ଯୁବତୀଙ୍କୁ ଉଦ୍ଧାର କରିଥିବା ବେଳେ ଦୁଇଜଣ ଗ୍ରାହକଙ୍କୁ ଅଟକ ରଖିଥିବା ଜଣାପଡିଛି।

ଖବର ଅନୁଯାୟୀ ହୋଟେଲ ‘ଶାଶ୍ୱତ’ରେ ଦେହ ବ୍ୟବସାୟ ଚାଲିଥିଲା ସମ୍ପର୍କରେ ଟାଉନ୍‌ ଥାନା ପୋଲିସକୁ ସୂଚନା ମିଳିଥିଲା। ଅଚାନକ ଚଢଉ କରି ପୋଲିସ ହୋଟେଲରୁ ୩ ବଙ୍ଗୀୟ ଯୁବତୀଙ୍କୁ ଉଦ୍ଧାର କରିଥିବା ବେଳେ ଦୁଇଜଣ ଗ୍ରାହକଙ୍କୁ ଅଟକ ରଖିଛି। କାଗଜପତ୍ର ଯାଞ୍ଚ ପରେ ଦେହ ବ୍ୟବସାୟ ହେଉଥିବା ସ୍ପଷ୍ଟ ହେବାରୁ ପୋଲିସ ହୋଟେଲ ମାଲିକଙ୍କୁ ହେପାଜତକୁ ନେଇ ପଚରାଉଚରା କରୁଛି।

Leave a Reply

Your email address will not be published. Required fields are marked *

Back to top button