ଓଡିଶା ସିମକାର୍ଡ ପାକିସ୍ତାନ ଲିଙ୍କ ଘଟଣାରେ ଦୁଇ ଅଟକ

ଭୁବନେଶ୍ଵର : ଓଡିଶା ସିମକାର୍ଡ ପାକିସ୍ତାନରେ ବ୍ୟବହାର ଘଟଣାରେ ଏସଟିଏଫ ଯାଜପୁରରୁ ଦୁଇଜଣଙ୍କୁ ଉଠାଇ ନେଇଛି। ଏହି ଅଭିଯୁକ୍ତଙ୍କ ମୋବାଇଲ ଫୋନକୁ ଖୁବଶୀଘ୍ର ଫରେନସିକ୍ ଲ୍ୟାବକୁ ପଠାଯିବ ବୋଲି ଜଣା ପଡିଛି।

ଖବର ଅନୁଯାୟୀ ଏସଟିଏଫ ତରଫରୁ ଏନଆଇଏ ଓ ଆଇବିକୁ ସମସ୍ତ ତଥ୍ୟ ଦିଆଯାଇଛି। ତେଣୁ ଆବଶ୍ୟକ ସ୍ଥଳେ ସୋସିଆଲ ମିଡିଆ ବ୍ୟବହାରକୁ ନେଇ ଆଇଟି ଏକ୍ସପର୍ଟ ଅଧିକ ଖୋଳତାଡ କରିପାରନ୍ତି। ଅନ୍ୟପଟେ ମୁଖ୍ୟ ଅଭିଯୁକ୍ତ ପଠାଣି ସାମନ୍ତ ଲେଙ୍କାକୁ ୫ ଦିନ ପାଇଁ ରିମାଣ୍ଡ ନେବାକୁ ଏସଟିଏଫ ଆବେଦନ କରିଥିଲା। ସୋମବାର ଠାରୁ ପଠାଣି ସାମନ୍ତକୁ ଏସଟିଏଫ ରିମାଣ୍ଡରେ ଆଣି ଅଧିକ ତଥ୍ୟ ହାସଲ କରିବ।

Leave a Reply

Your email address will not be published. Required fields are marked *

Back to top button