ପାକିସ୍ତାନ : ସେକ୍ସ ସ୍କାଣ୍ଡାଲରେ ମାଷ୍ଟରମାଇଣ୍ଡ୍ ମନ୍ତ୍ରୀଙ୍କ ପୁଅ

ଇସଲାମାବାଦ : ପାକିସ୍ତାନର ବାହାୱଲପୁରସ୍ଥିତ ଇସଲାମିଆ ବିଶ୍ୱବିଦ୍ୟାଳୟ ଛାତ୍ରୀଙ୍କ ସେକ୍ସ ଭିଡିଓ। ଏକାଧିକ ଛାତ୍ରୀଙ୍କ ଭିଡିଓ ସାମ୍ନାକୁ ଆସିଛି। ଏହି ମେଗା ସେକ୍ସ ସ୍କାଣ୍ଡାଲର ମାଷ୍ଟରମାଇଣ୍ଡ ଜଣେ ମନ୍ତ୍ରୀଙ୍କ ପୁଅ ଚୌଧୁରୀ ୱଲିଦାଦ୍ ଚିମା ବୋଲି ଜଣାପଡ଼ିଛି।

ଖବର ଅନୁଯାୟୀ ସେହବାଜ ସରିଫ କ୍ୟାବିନେଟରେ ଥିବା ଖାଦ୍ୟ ସୁରକ୍ଷା ମନ୍ତ୍ରୀ ଚୌଧୁରୀ ତାରିକ୍ ବସିର ଚିମାଙ୍କ ପୁଅ ଚୌଧୁରୀ ୱଲିଦାଦ୍ ଚିମା ଏହି ସ୍କାଣ୍ଡାଲର ମାଷ୍ଟରମାଇଣ୍ଡ୍। ଇସଲାମିଆ ବିଶ୍ୱବିଦ୍ୟାଳୟର ସୁରକ୍ଷା ମୁଖ୍ୟ ମେଜର ଏଜାଜ ଶାହା ସେକ୍ସ ଭିଡିଓ ମାମଲାରେ ସମ୍ପୃକ୍ତ ଥିବା କୁହାଯାଉଛି।

ପାକିସ୍ତାନ ଗଣମାଧ୍ୟମ ରିପୋର୍ଟ ଅନୁସାରେ ୱଲିଦାଦ ଚିମାର ଡ୍ରଗ୍ସ କାରବାର ରହିଛି। ସେ ନିଜେ ନିଶାଶକ୍ତ ଅବସ୍ଥାରେ ବିଶ୍ଵବିଦ୍ୟାଳୟର ଛାତ୍ରୀମାନଙ୍କୁ ଯୌନଶୋଷଣ କରିବା ସହ ଭିଡିଓ କରିଥାଏ। ସେହିପରି ସୟଦ୍ ଇଜାଜ ହୁସେନ ଶାହା ବିଶ୍ୱବିଦ୍ୟାଳୟର ଝିଅମାନଙ୍କୁ ଡ୍ରଗ୍ସ ଦେଇ ଅଶ୍ଳୀଳ ଭିଡିଓ ରେକର୍ଡ କରୁଥିଲେ। ତଦନ୍ତବେଳେ ବିଶ୍ୱବିଦ୍ୟାଳୟ କର୍ମଚାରୀଙ୍କ ଠାରୁ ପୋଲିସ ପାଖାପାଖି ୫୫୦୦ ସେକ୍ସ ଭିଡିଓ ଜବତ କରିଥିଲା।

ଅନ୍ୟପକ୍ଷରେ ମନ୍ତ୍ରୀ ଚିମା ଘଟଣା ସମ୍ପର୍କରେ ଜାଣିବା ପରେ ପୁଅକୁ ବଞ୍ଚାଇବାକୁ ଉଦ୍ୟମ ଆରମ୍ଭ କରିଛନ୍ତି। କାରଣ ଆଗାମୀ ନିର୍ବାଚନରେ ସେ ପୁଅକୁ ଛିଡ଼ା କରିବାକୁ ଯୋଜନା କରୁଥିବ ବେଳେ ସେକ୍ସ ସ୍କାଣ୍ଡାଲ ଘଟଣା ତାଙ୍କ ରାଜନୈତିକ ଭାବମୂର୍ତ୍ତୀ ପ୍ରତି ବିପଦ ସୃଷ୍ଟି କରିଛି।

Leave a Reply

Your email address will not be published. Required fields are marked *

Back to top button