ନିଖିଲ ନୁହଁନ୍ତି ନୁସରତଙ୍କ ପୁଅର ବାପା ଦେବାଶିଷ

କୋଲକାତା : ବଙ୍ଗୀୟ ଅଭିନେତ୍ରୀ ତଥା ଟିଏମସି ସାଂସଦ ନୁସରତ ଜହାଁ ବ୍ୟକ୍ତିଗତ ଜୀବନ ପାଇଁ ଚର୍ଚ୍ଚାରେ ରହିଛନ୍ତି। ସ୍ୱାମୀ ନିଖିଲ ଜୈନଙ୍କଠାରୁ ଅଲଗା ହେବା ପରେ ନୁସରତଙ୍କୁ ପ୍ରେମିକ ୟଶ ଦାସଗୁପ୍ତାଙ୍କ ସହ ଦେଖିବାକୁ ମିଳିଛି। କିଛିଦିନ ପୂର୍ବରୁ ନୁସରତ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି। ଏହି ସନ୍ତାନର ପିତାଙ୍କ ନାମକୁ ନେଇ ରହିଥିଲା ସସପେନ୍ସ। କାରଣ ନୁସରତ କିଛି ସ୍ପଷ୍ଟ କରିନଥିଲେ। ହେଲେ ପୁଅର ଜନ୍ମ ପ୍ରମାଣପତ୍ର ଏବେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ପିତାଙ୍କ ନାମ ଲେଖାଯାଇଛି ଦେବାଶିଷ ଦାସଗୁପ୍ତା।

ଏବେ ଏହାକୁ ଦେଖି ଅନେକ ଦ୍ୱନ୍ଦ୍ୱରେ ପଡୁଛନ୍ତି। କାରଣ ଏଥିରେ ୟଶ କିମ୍ବା ନିଖିଲଙ୍କ ନାମ ନାହିଁ। କୋଲକାତା ମ୍ୟୁନିସିପାଲିଟି କର୍ପୋରେସନ ଦଲିଲ ଅନୁଯାୟୀ ନୁସରତ ନିଜ ଶିଶୁପୁତ୍ରର ନାମ ରହିଛି ଇଶାନ ଜେ ଦାସଗୁପ୍ତା। ପିତାଙ୍କ ନାମ ରହିଛି ଦେବାଶିଷ ଦାସଗୁପ୍ତା। ପ୍ରକୃତ କଥା ହେଲା ୟଶ ଦାସଗୁପ୍ତାଙ୍କ ନାଁ ହେଉଛି ଦେବାଶିଷ ଦାସଗୁପ୍ତା। ତେଣୁ ସ୍ପଷ୍ଟ ହୋଇଛି ନୁସରତ ଜହାଁଙ୍କ ପୁଅର ପିତା ହେଉଛନ୍ତି ୟଶ ଦାସଗୁପ୍ତା।

ସୂଚନାଯୋଗ୍ୟ ଅଗଷ୍ଟ ୨୬ରେ ନୁସରତ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ। ସେ ଯେତେବେଳେ ଗର୍ଭବତୀ ବୋଲି ଜଣାପଡ଼ିବା ପରେ ସ୍ୱାମୀ ନିଖିଲ ଜୈନଙ୍କଠାରୁ ଅଲଗା ହୋଇଥିଲେ। ୨୦୧୯ରେ ତୁର୍କୀରେ ନୁସରତ ଓ ନିଖିଲ ବିବାହ କରିଥିଲେ। କିନ୍ତୁ କିଛି ସମୟ ପରେ ସେମାନଙ୍କ ସମ୍ପର୍କରେ ମତଭେଦ ଦେଖାଦେବାରୁ ଦୁହେଁ ଅଲଗା ହେବାକୁ ସ୍ଥିର କରିଥିଲେ।

Leave a Reply

Your email address will not be published. Required fields are marked *

Back to top button