କଂଗ୍ରେସ ଷ୍ଟାର ପ୍ରଚାରକ ତାଲିକାରୁ ବାଦ ପଡିଲେ ସଚିନ୍

ବେଙ୍ଗାଲୁର : କର୍ଣ୍ଣାକଟ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ପକ୍ଷରୁ ଜାରି ହୋଇଛି ଷ୍ଟାର ପ୍ରଚାରକ ତାଲିକା। ଏଥିରେ ରାଜସ୍ଥାନ କଂଗ୍ରେସର ବରିଷ୍ଠ ନେତା ସଚିନ ପାଇଲଟଙ୍କ ନାଁ ନାହିଁ। କିନ୍ତୁ ଅଳ୍ପଦିନ ତଳେ ବିଜେପି ଛାଡ଼ି କଂଗ୍ରେସରେ ସାମିଲ ହୋଇଥିବା କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ଶେଟ୍ଟରଙ୍କ ନାଁ ରହିଛି। କୁହାଯାଉଛି ସଚିନ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିବାରୁ ତାଙ୍କୁ ଏଇ ନିର୍ବାଚନଠାରୁ ଦୂରେଇ ରଖାଯାଇଛି।

ପାଇଲଟ ଷ୍ଟାର ପ୍ରଚାର ତାଲିକାରୁ ସଚିନ ବାଦ ପଡ଼ିଥିଲେ ହେଁ ଅଶୋକ ଗେହଲଟ ରହିଛନ୍ତି। ତାଙ୍କ ବ୍ୟତୀତ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଓ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁଙ୍କ ନାଁ ମଧ୍ୟ ଏହି ତାଲିକାରେ ରହିଛି। ଗୁଜରାଟ ବିଧାନସଭା ନିର୍ବାଚନ ସମୟରେ ଦଳର ଷ୍ଟାର ପ୍ରଚାରକ ତାଲିକାରୁ ବାଦ ପଡ଼ିଥିବା ଶଶି ଥରୁର ଏଥର କମବ୍ୟାକ କରିଛନ୍ତି। ତାଲିକାରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ, ସୋନିଆ ଗାନ୍ଧି, ରାହୁଲ ଗାନ୍ଧି, ପି ଚିଦାମ୍ବରମ, ଜୟରାମ ରମେଶ ଓ ପ୍ରିୟଙ୍କା ଗାନ୍ଧି ଭଦ୍ରା ରହିଛନ୍ତି। କର୍ଣ୍ଣାଟକର ସିଦ୍ଦରମୈୟା, ଡିକେ ଶିବକୁମାର, ବୀରାପ୍ପା ମୋଇଲୀ, ଏବି ପାଟିଲ ଓ ସତୀଶ ଜାରକିହୋଲି ଦଳର ଷ୍ଟାର ପ୍ରଚାରକ ରହିଛନ୍ତି।

Leave a Reply

Your email address will not be published. Required fields are marked *

Back to top button