ମମିତାଙ୍କ ପରିବାରକୁ ଭେଟିଲେ ରାଜ୍ୟ ମହିଳା କଂଗ୍ରେସ ପ୍ରତିନିଧି

ବଲାଙ୍ଗୀରି : କଳାହାଣ୍ଡି ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲ ଅଧ୍ୟକ୍ଷା ମମିତା ମେହେରଙ୍କ ହତ୍ୟା ଘଟଣାକୁ ନେଇ ରାଜନୀତି ସରଗରମ ହେବାରେ ଲାଗିଛି। ବିଜେପି ବନ୍ଦ ପାଳନ କରିଥିବା ବେଳେ ରାଜ୍ୟ ମହିଳା କଂଗ୍ରେସର ୫ ଜଣିଆ ପ୍ରତିନିଧି ଦଳ ରାଜ୍ୟ ସଭାନେତ୍ରୀ ବନ୍ଦିତା ପରିଡାଙ୍କ ନେତୃତ୍ୱରେ ମମିତାଙ୍କ ପରିବାର ବର୍ଗଙ୍କୁ ଭେଟିଛି। ଏଥିସହ ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି।

ମହାଲିଙ୍ଗ ଘଟଣାରେ କଳାହାଣ୍ଡି ବଲାଙ୍ଗାର, ପୁରୀ ଓ ଭୁବନେଶ୍ୱରରେ ବିରୋଧୀ ରାସ୍ତାକୁ ଓହ୍ଲାଇଛନ୍ତି। ମନ୍ତ୍ରୀଙ୍କ ବହିଷ୍କାର ଜିଦରେ ନାରାବାଜି କରିଛନ୍ତି। ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି କରିଛନ୍ତି ବିଜେପି ଓ କଂଗ୍ରେସ। ବିଭିନ୍ନ ସ୍ଥାନରେ କର୍ମୀମାନେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି। ବିଜେପି ମହିଳା ମୋର୍ଚ୍ଚା କର୍ମୀମାନେ ଭବାନୀପାଟଣା ସ୍ଥିତ ମନ୍ତ୍ରୀଙ୍କ ଘର ଆଗରେ ପ୍ରତିବାଦ କରିଥିବା ବେଳେ ଘଟଣାର ସିବିଆଇ ତଦନ୍ତ ଦାବି କରି ନାରାବାଜି କରିଥିଲେ। କଂଗ୍ରେସ ମଧ୍ୟ ମହାଲିଙ୍ଗଠାରୁ କେଗାଁ ପର୍ଯ୍ୟନ୍ତ ପଦଯାତ୍ରା କରିବା ସହିତ ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲା। କିନ୍ତୁ ବିରୋଧୀ ହୀନ ରାଜନୀତି କରୁଥିବା କହିଛି କଳାହାଣ୍ଡି ବିଜେଡି।

Leave a Reply

Your email address will not be published. Required fields are marked *

Back to top button