ବିଜେଡି ନେତାମାନେ ‘ମାଇଣ୍ଡଫ୍ରେସ’କୁ ଗୁରୁତ୍ୱ ଦେଉଛନ୍ତି : ସୋନାଲୀ ସାହୁ

ଭୁବନେଶ୍ୱର : କେନ୍ଦ୍ରରେ ମୋଦି ସରକାର ମହିଳାମାନଙ୍କର ସୁରକ୍ଷା, ସମ୍ମାନ, ସ୍ୱାଭିମାନ, ଅଧିକାର ଓ ସଶକ୍ତିକରଣ ପାଇଁ କାର୍ଯ୍ୟ କରିଆସୁଥିବା ବେଳେ ରାଜ୍ୟରେ ଏହାର ବ୍ୟତିକ୍ରମ ଦେଖାଦେଇଛି। ଓଡିଶାରେ ମହିଳାମାନଙ୍କର ସଶକ୍ତୀକରଣ ପରିବର୍ତ୍ତେ ବିଜେଡି ନେତାମାନେ ମାଇଣ୍ଡଫ୍ରେସକୁ ବେଶି ଗୁରୁତ୍ୱ ଦେଉଥିବାରୁ ଓଡିଶା ମହିଳାମାନଙ୍କ ପାଇଁ ଏକ ଅସୁରକ୍ଷିତ ରାଜ୍ୟ ବୋଲି ପରିଗଣିତ ହୋଇସାରିଛି। ଏହି ଅଭିଯୋଗ ଆଣିଛନ୍ତି ରାଜ୍ୟ ମୁଖପାତ୍ର ଶ୍ରୀମତୀ ସୋନାଲୀ ସାହୁ

ଖବର ଅନୁଯାୟୀ ଏକ ପ୍ରେସ୍ ବିଜ୍ଞପ୍ତିରେ ଶ୍ରୀମତୀ ସାହୁ କହିଛନ୍ତି କିଛି ଦିନ ତଳେ ପୂର୍ବତନ ମନ୍ତ୍ରୀ ତଥା ବିଜୁ ଜନତା ଦଳର ନିମାପଡା ବିଧାୟକ ସମୀର ଦାଶ ତାଙ୍କ ଦଳର ଜଣେ ମହିଳା କାର୍ଯ୍ୟକର୍ତ୍ତାଙ୍କୁ ମାଇଣ୍ଡଫ୍ରେସ୍ ପାଇଁ ଭୁବନେଶ୍ୱରକୁ ଡକେଇବା ଅତ୍ୟନ୍ତ ଲଜ୍ଜ୍ୟାଜନକ ଓ ଘୃଣ୍ୟ ମାନସିକତା। ପୂର୍ବରୁ ଶ୍ରୀ ଦାଶ ଧର୍ମେନ୍ଦ୍ର ସାହୁଙ୍କ ଅପମୃତ୍ୟୁରେ ସଂପୃକ୍ତ ଥିବା ସ୍ୱର୍ଗତଃ ସାହୁଙ୍କ ଧର୍ମପତ୍ନୀ ସ୍ପଷ୍ଟ କରିଥିଲେ ମଧ୍ୟ କୋଣସି କାର୍ଯ୍ୟାନୁଷ୍ଠାନ ହେଲନାହିଁ। ଯାହାଫଳରେ ସେ ପୁନର୍ବାର ଜଣେ ଭଦ୍ର ମହିଳାଙ୍କ ପ୍ରତି ଏଭଳି ବ୍ୟବହାର ପ୍ରଦର୍ଶନ କରିବାକୁ ସାହାସ କଲେ।

କେବଳ ସେତିକି ନୁହେଁ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ବିରୁଦ୍ଧରେ ତାଙ୍କ ଦଳର ମହିଳା କାର୍ଯ୍ୟକର୍ତ୍ତା ସଂଯୁକ୍ତା ମହଲା ସାଂଘାତିକ ଅଭିଯୋଗ ଆଣିଥିଲେ ମଧ୍ୟ ତାଙ୍କ ବିରୁଦ୍ଧରେ କୌଣସି ଦୃଷ୍ଟାନ୍ତମୂଳକ ପଦକ୍ଷେପ ନିଆଯାଇନଥିଲା। ତିର୍ତୋଲ ବିଧାୟକ ବିଜୟ ଶଙ୍କର ଦାଶ, ପୂର୍ବତନ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ପୂର୍ବତନ ମନ୍ତ୍ରୀ ଅରୁଣ ସାହୁ, ସିମୁଳିଆ ବିଧାୟକ ଜ୍ୟୋତି ପାଣିଗ୍ରାହୀ, ତାଳଚେର ବିଧାୟକ ଓ ଜୟଦେବ ବିଧାୟକଙ୍କ ବିରୁଦ୍ଧରେ ମହିଳା ଅସଦାଚରଣ, ମହିଳା ନିର୍ଯାତନା ଅଭିଯୋଗ ରହିଛି। କିନ୍ତୁ ଏମାନଙ୍କ ବିରୁଦ୍ଧରେ କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ତେଣୁ ବିଜୁ ଜନତା ଦଳର ମହିଳା ସମ୍ମାନ ନାରା ଏକ ପ୍ରହସନରେ ପରିଣତ ହୋଇଛି ବୋଲି ସେ ଅଭିଯୋଗ କରିଥିବା ବେଳେ ଏହି ନେତାମାନଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶ୍ରୀମତୀ ସାହୁ ଦାବିକରିଛନ୍ତି।

Leave a Reply

Your email address will not be published. Required fields are marked *

Back to top button