ଯାତ୍ରୀବାହୀ ଟ୍ରେନ୍ ଲାଇନରେ ଆଉ ଚାଲିବନି ମାଲବାହୀ ଟ୍ରେନ୍

ନୂଆଦିଲ୍ଲୀ : ଦିଲ୍ଲୀ-ହାୱଡ଼ା ରେଳ ଲାଇନରେ ଆଉ ମାଲବାହୀ ଟ୍ରେନ୍ ଚଳାଚଳ କରିବ ନାହିଁ। କେବଳ ଚାଲିବ ଯାତ୍ରୀବାହୀ ଟ୍ରେନ୍। ଏହି ଲାଇନରେ ଚାଲୁଥିବା ପ୍ରାୟ ୯୦୦ ମାଲବାହୀ ଟ୍ରେନ୍ ସ୍ଵତନ୍ତ୍ର ରୁଟ ଅର୍ଥାତ ଡେଡିକେଟେଡ୍ ଫ୍ରେଟ୍ କରିଡରକୁ ସ୍ଥାନାନ୍ତରିତ କରାଯିବ।

ଖବର ଅନୁଯାୟୀ ଦେଶରେ ମାଲବାହୀ ଟ୍ରେନ୍ ପାଇଁ ଦୁଇଟି ଡେଡିକେଟେଡ୍ ଫ୍ରେଟ୍ କରିଡର ନିର୍ମାଣ କରାଯାଉଛି। ଉଭୟ ପୂର୍ବ ଓ ପଶ୍ଚିମ କରିଡରର ଦୈର୍ଘ୍ୟ ଯଥାକ୍ରମେ ୨୮୪୩ ଓ ୧୩୩୭ କିଲୋମିଟର। ପଞ୍ଜାବର ଲୁଧିଆନାରୁ ପଶ୍ଚିମବଙ୍ଗର ସୋନନଗର ପର୍ଯ୍ୟନ୍ତ ଦୀର୍ଘ ଇଷ୍ଟର୍ଣ୍ଣ ଡେଡିକେଟେଡ୍ ଫ୍ରେଟ୍ କରିଡର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ହରିୟାଣାର ରେଓ୍ଵାରିରୁ ମୁମ୍ବାଇ ନିକଟରେ ଥିବା ଜବାହରଲାଲ ନେହେରୁ ବନ୍ଦର ପର୍ଯ୍ୟନ୍ତ ଫ୍ରେଟ୍ କରିଡର ନିର୍ମାଣାଧୀନ ରହିଛି। ଉଭୟ କରିଡର ନିର୍ମାଣ ପରେ ଦିଲ୍ଲୀ-ହାୱଡ଼ା ଓ ଦିଲ୍ଲୀ-ମୁମ୍ବାଇରୁ ପ୍ରାୟ ୧୮୦୦ ମାଲବାହୀ ଟ୍ରେନ୍ ସ୍ଥାନାନ୍ତର କରାଯିବ।

ଇଷ୍ଟର୍ଣ୍ଣ ଫ୍ରେଟ୍ କରିଡର ପ୍ରସ୍ତୁତ ହୋଇଥିବାରୁ ଦିଲ୍ଲୀ-ହାଓଡ଼ା ଲାଇନରୁ ଚଳାଚଳ କରୁଥିବା ପ୍ରାୟ ୯୦୦ ମାଲବାହୀ ଟ୍ରେନକୁ ଏହି କରିଡରକୁ ସ୍ଥାନାନ୍ତର କରାଯିବ। ଏହାଦ୍ୱାରା ଟ୍ରାଫିକ୍ ହ୍ରାସ ପାଇବା ସହିତ ଯାତ୍ରୀବାହୀ ଟ୍ରେନର ବେଗ ବଢିବ। ଫଳରେ ଯାତ୍ରୀମାନେ ଖୁବ୍ କମ୍ ସମୟ ମଧ୍ୟରେ ନିଜର ଗନ୍ତବ୍ୟ ସ୍ଥଳରେ ପହଞ୍ଚିପାରିବେ।

Leave a Reply

Your email address will not be published. Required fields are marked *

Back to top button