ଡିଗ୍ରୀ କଲେଜ୍‌ ଠାରୁ ପୃଥକ ହେବ ଯୁକ୍ତ ଦୁଇ କଲେଜ

ଭୁବନେଶ୍ଵର : ଡିଗ୍ରୀ କଲେଜ୍‌ଠାରୁ ଯୁକ୍ତ ଦୁଇ କଲେଜ ପୃଥକ ହେବ। ନିକଟରେ ଥିବା ହାଇସ୍କୁଲ କିମ୍ବା ଅନ୍ୟ ସ୍ଥାନକୁ ଏହାକୁ ସ୍ଥାନାନ୍ତର କରାଯିବ। ସେହିପରି ଡିଗ୍ରୀ କଲେଜ ଓ ବିଶ୍ୱ ବିଦ୍ୟାଳୟରେ ଖାଲି ପଡ଼ିଥିବା ଅଧ୍ୟାପକ ଓ କର୍ମଚାରୀ ପଦବୀକୁ ଅସ୍ଥାୟୀ ଭାବେ ପୂରଣ କରାଯିବ। ଅବସର ପ୍ରାପ୍ତ ଅଧ୍ୟାପକ ଓ ଗେଷ୍ଟ ଫାକଲଟି ନିଯୁକ୍ତ କରି ଶିକ୍ଷକ ଅଭାବ ସମସ୍ୟାର ଦୂର କରିବାକୁ ନିଷ୍ପତ୍ତି ହୋଇଛି।

ଖବର ଅନୁଯାୟୀ ରାଜ୍ୟର ୫ ଜିଲ୍ଲାରେ ପ୍ରଥମେ ପାଇଲଟ୍ ପ୍ରୋଜେକ୍ଟ ଆରମ୍ଭ ହେବ । ଏହି ଜିଲ୍ଲା ଗୁଡିକ ହେଲା କେନ୍ଦୁଝର, ଢେଙ୍କାନାଳ, ଅନୁଗୁଳ, ସୁନ୍ଦରଗଡ଼ ଓ ଝାରସୁଗୁଡ଼ା। ଏସବୁ ଜିଲାରେ ଡିଗ୍ରୀ କଲେଜ ଗୁଡ଼ିକରୁ ଯୁକ୍ତ ଦୁଇ କଲେଜକୁ ପ୍ରଥମ ପର୍ଯ୍ୟାୟରେ ଅଲଗା କରାଯିବ। ସୂଚନାଯୋଗ୍ୟ ଅକ୍ଟୋବର ୫ରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚ ସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ​‌ହୋଇଥିଲା।

Leave a Reply

Your email address will not be published. Required fields are marked *

Back to top button