ଜାତିପ୍ରଥା ପାଇଁ ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା

ନୟାଗଡ : ବିବାହ ପାଇଁ ଜାତିପ୍ରଥା ବାଧକ ସାଜିବାରୁ ପ୍ରେମୀଯୁଗଳ ଆତ୍ମହତ୍ୟା। ଏହି ଅଭାବନୀୟ ଘଟଣା ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ଅଞ୍ଚଳରେ ଘଟିଛି।

ଖବର ଅନୁଯାୟୀ ଦଶପଲ୍ଲାର ମଧ୍ୟଖଣ୍ଡ ଗାଁର ସିପୁନ୍‌ ମାଝି ଏକ ଗ୍ରୀଲ୍‌ ଦୋକାନରେ କାମ କରନ୍ତି। ଏ ମଧ୍ୟରେ ମଦନପୁର ଗାଁର ସୁମିତ୍ରା ନାଏକଙ୍କ ସହିତ ତାଙ୍କର ପ୍ରେମ ସମ୍ପର୍କ ଗଢି ଉଠିଥିଲା। ବିବାହ କରି ନୂଆ ଜୀବନ ଗଢ଼ିବାକୁ ଉଭୟ ସ୍ୱପ୍ନ ଦେଖିଥିଲେ। କିନ୍ତୁ ସମ୍ଭବ ହେଲାନି। ବାଧକ ସାଜିଲା ଜାତି ପ୍ରଥା। ସିପୁନ୍‌ ଉଚ୍ଚ ଜାତିର ହୋଇଥିବାରୁ ପରିବାର ଲୋକ ପ୍ରେମକୁ ସ୍ଵୀକାର କଲେନି। ହେଲେ ସିପୁନ୍‌-ସୁମିତ୍ରା କେହି କାହାକୁ ଭୁଲି ପାରୁନଥିଲେ।

ଶେଷରେ ପରିବାର ଲୋକଙ୍କ ଜିଦ୍‌ ପାଇଁ ଦୁହେଁ ଜୀବନ ହାରିବାକୁ ଚରମ ନିଷ୍ପତ୍ତି ନେଲେ। ଆଜି ସକାଳେ ସିପୁନ୍‌ ଶୋଇବା ଘରେ ବେକରେ ରଶି ଲଗାଇ ଦେଇଥିଲେ। ସୁମିତ୍ରା ମଧ୍ୟ ସମାନ ଢଙ୍ଗରେ କରିଥିଲେ ଆତ୍ମହତ୍ୟା। ଗାଁ ଲୋକେ ଜାଣିବା ପୂର୍ବରୁ ଉଭୟ ପରିବାର ମୃତଦେହ ସତ୍କାର କରିଦେଇଥିଲେ ହେଁ କଥା ବାହାରକୁ ଆସି ଥାନାରେ ପହଞ୍ଚିଥିଲା। ଦଶପଲ୍ଲା ପୋଲିସ ଘଟଣାର ତଦନ୍ତ ଚଳାଇ ଉଭୟ ପରିବାର ଲୋକଙ୍କୁ ପଚରାଉଚରା କରିଥିବା ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *

Back to top button