ଭିଜିଲାନ୍ସ ଜାଲରେ ସହକାରୀ ନିର୍ବାହୀ ଯନ୍ତ୍ରୀ
କୋରାପୁଟ : ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଜୟପୁର ପାୱରହାଉସ କଲୋନୀର ବିଦ୍ୟୁତ୍ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ କେ. ଶ୍ରୀନିବାସ ପାତ୍ର।
ଖବର ଅନୁଯାୟୀ ଲ୍ୟାଡରମ୍ୟାନ ଭାବେ ଚାକିରି ପାଇଥିବା ଜଣେ ଯୁବକଙ୍କୁ ନିର୍ବାହୀ ଯନ୍ତ୍ରୀ କେ. ଶ୍ରୀନିବାସ ୨୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ବ୍ୟକ୍ତି ଜଣଙ୍କ ଗତକାଲି ତାଙ୍କ କାର୍ଯ୍ୟାଳୟରେ ୨୦ ହଜାର ଟଙ୍କା ଦେଇଥିଲେ। ଏହି ସମୟରେ ପୂର୍ବ ଯୋଜନା ମୁତାବକ ଛପି ରହିଥିବା ଜୟପୁର ଭିଜିଲାନ୍ସ ଟିମ୍ ତାଙ୍କୁ ଧରିବା ସହିତ ଟଙ୍କା ଜବତ କରିଥିଲା। ଏହାପରେ ତାଙ୍କ କାର୍ଯ୍ୟାଳୟ ଏବଂ ପାଓ୍ୱାର ହାଉସ କଲୋନୀ ଘର ଓ ଗଞ୍ଜାମ ଛତ୍ରପୁର ପୈତୃକ ଘରେ ଚଢ଼ଉ କରାଯାଇ କିଛି ଗୁରୁପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଥିବା ସୂଚନା ରହିଛି।




























