ବିବାହ ରଦ୍ଦ କରିପାରିବେ ସୁପ୍ରିମ କୋର୍ଟ

ନୂଆଦିଲ୍ଲୀ : ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କ ସୁଧୁରିବାର କୌଣସି ସମ୍ଭାବନା ନଥିଲେ ସୁପ୍ରିମକୋର୍ଟ ବିବାହ ରଦ୍ଦ ପୂର୍ବକ ଛାଡପତ୍ରକୁ ମଞ୍ଜୁରୀ ଦେଇପାରିବେ। ଛାଡପତ୍ରକୁ ନେଇ ସୁପ୍ରିମକୋର୍ଟଙ୍କ ସମ୍ବିଧାନ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି।

ଖବର ଅନୁଯାୟୀ ଏକ ଛାଡପତ୍ର ମାମଲାର ବିଚାରକରି ଜଷ୍ଟିସ୍ କିଶନ କୌଲ, ଜଷ୍ଟିସ୍ ସଞ୍ଜୀବ ଖାନ୍ନା, ଏଏସ୍ ଓକା, ବିକ୍ରମ ନାଥ ଓ ଜେକେ ମାହେଶ୍ୱରୀଙ୍କ ଖଣ୍ଡପୀଠ କହିଛନ୍ତି ସମ୍ବିଧାନର ଧାରା ୧୪୨ ଆଧାରରେ ନିଜର ବିଶେଷ କ୍ଷମତାର ବ୍ୟବହାର କରି ସୁପ୍ରିମକୋର୍ଟ ଛାଡପତ୍ରକୁ ମଞ୍ଜୁରୀ ଦେଇପାରିବେ। ସୁପ୍ରିମକୋର୍ଟଙ୍କ ଏଭଳି ନିଷ୍ପତ୍ତିକୁ ସମାଜ ଗ୍ରହଣ କରିବାକୁ ସମୟ ଲାଗିବ। ହେଲେ ଏହା ଭବିଷ୍ୟତରେ କାର୍ଯ୍ୟକାରୀ ହେବବୋଲି ଖଣ୍ଡପୀଠ କହିଛନ୍ତି।

Leave a Reply

Your email address will not be published. Required fields are marked *

Back to top button