ଇସ୍ରାଏଲ-ହମାସ ଯୁଦ୍ଧ : ସମୁଦ୍ରପଟୁ ଆକ୍ରମଣ କରିଛି ଇସ୍ରାଏଲ ସେନା

ନୂଆଦିଲ୍ଲୀ : ଇସ୍ରାଏଲ-ହମାସ ଯୁଦ୍ଧ ୧୧ ଦିନରେ ପହଁଚିଛି। ଇସ୍ରାଏଲ ଡିଫେନ୍ସ ଫୋର୍ସ ହମାସ ଆତଙ୍କବାଦୀଙ୍କୁ ସଫା କରିବା ନିମନ୍ତେ ଗାଜା ସହର ଉପରେ ଆକ୍ରମଣକୁ ଆହୁରି ତୀବ୍ର କରିଛି। ସମୁଦ୍ର ପଟୁ ଆରମ୍ଭ ହୋଇଛି ଆକ୍ରମଣ।

ଖବର ଅନୁଯାୟୀ ଆଇଡିଏଫ୍ ହମାସର ଅସ୍ତ୍ର ନିରୋଧୀ ସିଷ୍ଟମ୍ ଉପରେ ଆକ୍ରମଣ କରିଥିବା ବେଳେ ଦକ୍ଷିଣ ଗାଜା ଉପରେ ହୋଇଛି ରକେଟ୍ ଓ ମିଜାଇଲ ମାଡ। ଅଲଜଜିରାର ଏକ ରିପୋର୍ଟରେ ରକେଟ୍ ଓ ମିଜାଇଲ ମାଡରେ ୭୦ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଛି। ଗାଜାରେ ଦିନକୁ ଦିନ ସ୍ଥିତି ବିଗୁଡୁଥିବାରୁ ପାଲେଷ୍ଟାଇନ୍ ନାଗରିକ ଉତ୍ତର ଗାଜା ଛାଡି ଜୀବନ ବିକଳରେ ଦକ୍ଷିଣ ଗାଜା ଆଡକୁ ଚାଲି ଯାଉଛନ୍ତି। ଯୁଦ୍ଧର ଘନ ଘନ ବୋମା ବର୍ଷା ଭିତରେ ଗାଜାରେ ଭୟଙ୍କର ଖାଦ୍ୟ ସଂକଟ ଦେଖା ଦେଇଛି। ସାଧାରଣ ଲୋକଙ୍କ ପାଇଁ ଏହା ସମସ୍ୟାକୁ ବଢାଇ ଦେଇଛି। ଗାଜାରେ ମୃତ୍ୟୁ ସଂଖ୍ୟା ୩ ହଜାର ଟପି ଥିବାବେଳେ ଆହତଙ୍କ ସଂଖ୍ୟା ୯ ହଜାର ଅତିକ୍ରମ କରିଛି।

Leave a Reply

Your email address will not be published. Required fields are marked *

Back to top button