ଗୁପ୍ତ ତଥ୍ୟ ପ୍ରଘଟ : ଡିଆରଡିଓର ୪ ଠିକା କର୍ମଚାରୀ ଗିରଫ

ବାଲେଶ୍ୱର : ଡିଆରଡିଓର ଗୁପ୍ତ ତଥ୍ୟ ପ୍ରଘଟ ଅଭିଯୋଗରେ ୪ ଠିକା କର୍ମଚାରୀଙ୍କୁ ଗିରଫ। ସୋମବାର ବିଳମ୍ବିତ ରାତିରେ ବାଲେଶ୍ୱର ପୋଲିସ ସେମାନଙ୍କୁ ଚାନ୍ଦିପୁର ଝାମ୍ପରାହାଟ ଓ ନୂଆନଈରୁ ଉଠାଇ ଆଣିଥିବା ବେଳେ ଜେରା ପରେ ଗିରଫ କରିଛି।

ଖବର ଅନୁଯାୟୀ ଅଟକ ଯୁବକମାନେ ପ୍ରତିରକ୍ଷା ସମର୍କିତ କିଛି ଗୁପ୍ତତଥ୍ୟ ପ୍ରଘଟ କରୁଥିବା ଅଭିଯୋଗ ହୋଇଥିଲା। ଘଟଣାର ତଦନ୍ତ ପାଇଁ ପୂର୍ବାଞ୍ଚଳ ଆଇଜିଙ୍କ ନେତୃତ୍ୱରେ ୬ ଡିଏସପି ଓ ୬ ଜଣ ଆଇଆଇସିଙ୍କୁ ନେଇ ୬ଟି ଟିମ୍‌ ଗଠନ କରାଯାଇଥିଲା। ତିନି ଦିନର ତନାଘନା ପରେ ପୋଲିସ ୪ ସନ୍ଦିଗ୍ଧଙ୍କୁ ସେମାନଙ୍କ ଘରୁ ଉଠାଇ ଆଣିଥିଲା। ସେମାନଙ୍କୁ ମାରାଥନ ଜେରା ପରେ ଗିରଫ କରାଯାଇଛି। ପୂର୍ବରୁ ପାକିସ୍ଥାନ ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇକୁ ପ୍ରତିରକ୍ଷା ବିଭାଗର ଗୁପ୍ତ ତଥ୍ୟ ଦେବା ମାମଲାରେ ଠିକା ଫଟୋଗ୍ରାଫର ଈଶ୍ୱର ବେହେରା ଗିରଫ ହୋଇଥିଲେ।

Leave a Reply

Your email address will not be published. Required fields are marked *

Back to top button