ହିମାଚଳ ପ୍ରଦେଶ କୁଲ୍ଲୁରେ ଭୂ-ସ୍ଖଳନ : ଏକାଧିକ ବିଲ୍ଡିଂ ଭୁଷୁଡିଲା

କୁଲ୍ଲୁ : ହିମାଚଳ ପ୍ରଦେଶ କୁଲ୍ଲୁରେ ଆଜି ସକାଳେ ଭୂ-ସ୍ଖଳନ ଘଟିବାରୁ ବସ୍‌ ଷ୍ଟାଣ୍ଡ ନିକଟରେ କେତେକ ବିଲ୍ଡିଂ ପ୍ରଭାବିତ ହୋଇଛି। ତେବେ ବିଲ୍ଡିଂ ଗୁଡିକ ଖାଲିଥିବାରୁ କେହି ମୃତାହତ ହୋଇଥିବା ସୂଚନା ମିଳିନାହିଁ।

ଖବର ଅନୁଯାୟୀ ବର୍ଷା ଓ ବନ୍ୟା ଯୋଗୁ ଭୂ-ସ୍ଖଳନ ଘଟୁଥିବାରୁ ପ୍ରଶାସନ ପକ୍ଷରୁ ବିଲ୍ଡିଂ ଗୁଡିକୁ ଗତ ସପ୍ତାହରୁ ଖାଲି କରାଯାଇଥିଲା। ପାହାଡ ଉପରେ ବର୍ଷା ଜାରି ରହିଥିବାରୁ ଏପରି ପରିସ୍ଥିତି ସୃଷ୍ଟି ହୋଇଛି। ମଣ୍ଡିରେ ବାଦଲ ଫଟା ବର୍ଷା ଅନେକ ଘର ଭସାଇ ନେଇଛି। ଲୋକେ ସେଠାରୁ ପଳାୟନ କରି ନିଜ ଜୀବନ ରକ୍ଷା କରିଛନ୍ତି। କାଙ୍ଗଡାର କୋଟଲାରେ ମଧ୍ୟ ଅନୁରୂପ ପରିସ୍ଥିତି। ଭୂ-ସ୍ଖଳନ ପରେ ଘରଗୁଡିକୁ ପଙ୍କକାଦୁଅ ପଶି ଯାଇଛି। ଭୂ-ସ୍ଖଳନରେ ପାହାଡରୁ ଧସି ଆସୁଥିବା ମାଟି, ପଥର ଓ ଗଛ ଲୋକଙ୍କ ଘରେ ମାଡ଼ ହେଉଛି। ବର୍ଷା ପାଇଁ ନଦୀରେ ଜଳସ୍ତର ବଢି ଚାଲିଥିବା ବେଳେ ନଦୀକୂଳରେ ବସବାସ କରୁଥିବା ଲୋକେ ବନ୍ୟା ଆଶଙ୍କାରେ କାଳକାଟୁଛନ୍ତି। ଶିମଲାରେ ପରିସ୍ଥିତି ଗୁରୁତର। ମଲ ରୋଡରେ ବର୍ଷା ଯୋଗୁ ପରିସ୍ଥିତି ସମ୍ପୂର୍ଣ୍ଣ ବିଗଡିଯାଇଛି।

Leave a Reply

Your email address will not be published. Required fields are marked *

Back to top button