ଭିଜିଲାନ୍ସ ଜାଲରେ ଧରାପଡ଼ିଲେ ମହିଳା ରାଜସ୍ଵ ନିରୀକ୍ଷକ

ସୁନ୍ଦରଗଡ଼ : ଭିଜିଲାନ୍ସ ଜାଲରେ ଫସିଲେ ଟାଙ୍ଗରପାଲି ତହସିଲର ତସଲାଡିହି ରାଜସ୍ଵ ନିରୀକ୍ଷକ ଲିଲି ଚୌଧୁରୀ। ସେ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ଧରାପଡିଥିବା ଜଣାପଡିଛି।

ଖବର ଅନୁଯାୟୀ ରାଜସ୍ଵ ନିରୀକ୍ଷକ ଲିଲି ଚୌଧୁରୀ ଚାଷଜମିକୁ ବାସୋପଯୋଗୀ ଜମି କରିବା ପାଇଁ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଅଭିଯୋଗକାରୀ ଟଙ୍କା ଦେବାକୁ ଅକ୍ଷମତା ପ୍ରକାଶ କରି ଭିଜିଲାନ୍ସର ଦ୍ଵାରସ୍ଥ ହୋଇଥିଲେ। ପୂର୍ବ ଯୋଜନା ମୁତାବକ ଆଜି ରାଜସ୍ଵ ନିରୀକ୍ଷକ ଅଭିଯୋଗକାରୀଙ୍କ ଠାରୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ ଧରିଥିଲା।

Leave a Reply

Your email address will not be published. Required fields are marked *

Back to top button