ଚଳନ୍ତା କାର୍‌ରେ ଗଣଦୁଷ୍କର୍ମ‌

ବେଙ୍ଗାଲୁର : ବେଙ୍ଗାଲୁରରେ ଏକ ଅଭାବନୀୟ ଘଟଣା ଘଟିଛି। ଚଳନ୍ତା କାରରେ ଚାରିଜଣ ଜଣେ ମହିଳାଙ୍କୁ କରିଛନ୍ତି ଗଣଦୁଷ୍କର୍ମ। ପରେ ପୀଡ଼ିତାକୁ ତାଙ୍କ ଘର ନିକଟରେ ଛାଡ଼ି ପଳାଇଥିବା ଅଭିଯୋଗ ହୋଇଛି। ପ୍ରାଥମିକ ତଦନ୍ତ କରି ପୋଲିସ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି।

ଖବର ଅନୁଯାୟୀ କୋରାମଙ୍ଗଲମ୍‌ ‘ନ୍ୟାସନାଲ ଗେମ୍ସ ଭିଲେଜ୍‌’ ଉଦ୍ୟାନରେ ମହିଳା ଜଣକ ପୁରୁଷବନ୍ଧୁଙ୍କ ବସିଥିଲେ। ମହିଳାଙ୍କ ବନ୍ଧୁ ସେଠାରୁ ଚାଲିଯିବା ପରେ ୪ ଜଣ ଯୁବକ ତାଙ୍କୁ ଏକ ଗାଡ଼ିକୁ ଟେକି ନେଇଥିଲେ। ଘଟଣାଟି ମାର୍ଚ୍ଚ ୨୫ ତାରିଖ ଦିନ ଘଟିଛି। ସେଦିନ ରାତି ପ୍ରାୟ ୧୦ଟା ସମୟରେ ୪ ଜଣ ଦୁର୍ବୃତ୍ତ ସେଠାରେ ପହଞ୍ଚିଥି ମହିଳାଙ୍କୁ କାର ଭିତରକୁ ଟାଣି ନେଇ ଖୁବ୍ ଜୋର୍‌ରେ ଗାଡ଼ି ଚଳାଇ ପଳାଇ ଯାଇଥିଲେ।

ପୋଲିସ କହିଛି ସେମାନେ ଚଳନ୍ତା କାର ମଧ୍ୟରେ ମହିଳାଙ୍କ ସହ ଦୁଷ୍କର୍ମ କରିଥିଲେ। ମାର୍ଚ୍ଚ ୨୬ ତାରିଖରେ ତାଙ୍କୁ ତାଙ୍କ ଘର ନିକଟରେ ଛାଡି ଏ ସଂପର୍କରେ କାହାକୁ ନକହିବାକୁ ଧମକ ଦେଇଥିଲେ। ଆଉ କହିଥିଲେ ପୋଲିସକୁ ଘଟଣା ସଂପର୍କରେ ଜଣାଇଲେ ପରିସ୍ଥିତି ଭୟଙ୍କର ହେବ। କିନ୍ତୁ ପୀଡ଼ିତା ପ୍ରଥମେ ଡାକ୍ତରଖାନା ଯାଇ ନିଜର ଚିକିତ୍ସା କରାଇବା ପରେ ପୋଲିସକୁ ଜଣାଇଥିଲେ। ପୋଲିସ ୪ ଜଣଙ୍କୁ ଗିରଫ କରି ସେମାନଙ୍କୁ ପଚରାଉଚରା କରୁଥିବା ସୂଚନା ଦେଇଛି। ’

Leave a Reply

Your email address will not be published. Required fields are marked *

Back to top button