ଉଡ଼ନ୍ତା ଡ୍ରୋନକୁ ଗିଳିଦେଲା କୁମ୍ଭୀର

ନୂଆଦିଲ୍ଲୀ : ଗୁଗୁଲ ଓ ଆଲଫାବେଟସର ସିଇଓ ସୁନ୍ଦର ପିଚାଇ ନିକଟରେ କରିଥିବା ଏକ ଟୁଇଟ ସମସ୍ତଙ୍କୁ ଚକିତ କରିଛି। ଏହି ଭିଡିଓରେ ଘଡ଼ିଆଳ କୁମ୍ଭୀର ମୁହଁରୁ ଆଶ୍ଚର୍ଯ୍ୟଜନକ ଭାବେ ଧୁଆଁ ବାହାରୁଛି।

ସୂଚନା ଅନୁଯାୟୀ ଫ୍ଲୋରିଡାରେ ଘଡ଼ିଆଳ କୁମ୍ଭୀର ଡ୍ରୋନକୁ ପାଟିରେ କାମୁଡ଼ି ଧରିଥିବାରୁ ତା’ ମୁହଁରୁ ଧୁଆଁ ବାହାରୁଛି। ଏହି ଘଟଣାର ଦୃଶ୍ୟକୁ ଟୁଇଟରରେ କ୍ରିସ ଏଣ୍ଡରସନ ଆକାଉଣ୍ଟରେ ସେୟାର କରାଯାଇଛି। ଭିଡିଓରେ ଡ୍ରୋନଟି ଉଡୁଥିବା ସମୟରେ ଆଖିପିଛୁଳାକେ କୁମ୍ଭୀରଟି ତାହାକୁ ନିଜ ପାଟିରେ ଜାବୁଡ଼ି ଧରିଥିଲା। ଯେଉଁ କାରଣରୁ ତାର ପାଟି ଭିତରୁ ଧୁଆଁ ବାହାରିଥିଲା। ଏହାର ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ ହେବାର କିଛି ସମୟ ମଧ୍ୟରେ ଭାଇରାଲ ହୋଇଯାଇଛି। ବ୍ୟବହାରକାରୀ ଭିଡିଓଟିକୁ ପସନ୍ଦ କରିବା ସହ ନିଜନିଜ ଆକାଉଣ୍ଟରେ ସେୟାର କରିଛନ୍ତି।

Leave a Reply

Your email address will not be published. Required fields are marked *

Back to top button