ବ୍ରହ୍ମପୁରରେ ସେକ୍ସ ରାକେଟ୍ ଠାବ

ବ୍ରହ୍ମପୁର : ବ୍ରହ୍ମପୁର ଶକ୍ତି ନଗର ପ୍ରଥମ ଲାଇନରେ ନିମଖଣ୍ଡି ପୋଲିସ ଚଢଉ କରି ସେକ୍ସ ରାକେଟ୍ ଠାବ କରିଛି। ଏହି ଘଟଣାରେ ମାଲିକଙ୍କ ସହିତ ତିନି ଜଣ ଦଲାଲ ଓ ୩ ଯୁବତୀଙ୍କୁ ପୋଲିସ ଅଟକ ରଖିଥିବା ଜଣାପଡିଛି।

ଖବର ଅନୁଯାଇ ଅଟକ ଯୁବତୀଙ୍କ ମଧ୍ୟରୁ ଜଣେ ଆନ୍ଧ୍ର ପ୍ରଦେଶର ଓ ଦୁଇଜଣ ସ୍ଥାନୀୟ ଅଞ୍ଚଳର। ୩ ଦଲାଲ ବ୍ରହ୍ମପୁରର। ଏହି ରାକେଟରେ ଆଉ କେଉଁମାନେ ସମ୍ପୃକ୍ତ ସେ ସମ୍ପର୍କରେ ପୋଲିସ ତଦନ୍ତ ଚଳାଇଥିବା ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *

Back to top button