କଲେଜରେ ସେକ୍ସ ରାକେଟ : ରାତ୍ର ଜଗୁଆଳୀ ଓ ଯୁବତୀ ଗିରଫ

ବଲାଙ୍ଗୀରି : କଲେଜରେ ସେକ୍ସ ରାକେଟ ଚଳାଇଥିବା ଅଭିଯୋଗରେ ପାଟଣାଗଡ଼ ଥାନା ପୋଲିସ ରାତ୍ର ଜଗୁଆଳୀ ଓ ଜଣେ ଯୁବତୀଙ୍କୁ ଗିରଫ କରିଛି। ହେଲେ ଗ୍ରାହକ ଓ ଦେହ ବେପାରରେ ନିୟୋଜିତ ଯୁବତୀମାନେ ଚମ୍ପଟ ମାରିଥିବା ଜଣାପଡିଛି।

ଖବର ଅନୁଯାୟୀ ପାଟଣାଗଡ଼ ଥାନା ଅଞ୍ଚଳର ଏକ କଲେଜରେ ସଞ୍ଜ ନଇଁଲେ ଭିଡ଼ ଜମୁଥିଲା। ସୁନ୍ଦରୀ ଯୁବତୀମାନେ ଅର୍ଥ ବିନିମୟରେ ଗ୍ରାହକଙ୍କୁ ସନ୍ତୁଷ୍ଟ କରୁଥିଲେ। ରାତି ସାରା ଚାଲୁଥିଲା ଏହି କାରବାର। ଏ ସବୁ ରାତ୍ର ଜଗୁଆଳୀଙ୍କ ଉପସ୍ଥିତିରେ ହେଉଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ ଖବର ପାଇ ରବିବାର ରାତିରେ ପାଟଣାଗଡ଼ ଥାନା ପୋଲିସ୍‌ ଚଢ଼ଉ କରିଥିଲା। କିନ୍ତୁ କୌଣସି ସୂତ୍ରରୁ ସୂଚନା ପାଇ ଗ୍ରାହକମାନେ କଲେଜ ପାଚେରୀ ଡେଇଁ ପଳାଇ ଯାଇଥିଲେ। ଏହି ମାମଲାରେ ପୋଲିସ୍‌ କଲେଜର ରାତ୍ର ଜଗୁଆଳୀ ଓ ବଲାଙ୍ଗିର ଅଞ୍ଚଳର ଜଣେ ଯୁବତୀକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏଥିସହ କଲେଜ କୋଠରୀରୁ ଆପତ୍ତିଜନକ ସାମଗ୍ରୀ ଓ ଦୁଇଟି ବାଇକ୍‌ ଜବତ ହୋଇଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button