ଉଦ୍ଧାର ଶ୍ରମିକଙ୍କୁ ୨ଲକ୍ଷ ଟଙ୍କା ଲେଖାଏଁ ସହାୟତା ପ୍ରଦାନ

ଭୁବନେଶ୍ଵର : ଉତ୍ତରାଖଣ୍ଡ ଉତ୍ତରକାଶୀ ଟନେଲରୁ ସୁରକ୍ଷିତ ଉଦ୍ଧାର ହୋଇଥିବା ୫ଜଣ ଓଡ଼ିଆ ଶ୍ରମିକଙ୍କ ମଧ୍ୟରୁ ଆଜି ୪ଜଣ ଓଡ଼ିଶା ଫେରିଛନ୍ତି। ସେମାନଙ୍କୁ ୨ଲକ୍ଷ ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଖବର ଅନୁଯାୟୀ ଶ୍ରମମନ୍ତ୍ରୀ ଶାରଦା ପ୍ରସାଦ ନାୟକଙ୍କ ଉପସ୍ଥିତିରେ ଏହି ଶ୍ରମିକମାନେ ନିଜ ଘରକୁ ଯିବା ପୂର୍ବରୁ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ। ଟନେଲ୍ ଭିତରେ ସେମାନେ ବିତାଇଥିବା ପ୍ରାୟ ୧୭ଦିନ ସଂଘର୍ଷପୂର୍ଣ୍ଣ ଜୀବନ ସମ୍ପର୍କରେ ଶୁଣିବା ପରେ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଜଣେ ଜଣେ ହିରୋ ବୋଲି କହିଛନ୍ତି। ପ୍ରତିକୂଳ ପରିସ୍ଥିତିରେ ଜୀବନ ସହ ସଂଗ୍ରାମ କରି ବିଜୟୀ ହୋଇଥିବାରୁ ତାହା ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟକ ବୋଲି କହିଥଲେ। ଏଥିସହ ମୁଖ୍ୟମନ୍ତ୍ରୀ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିବା ସହ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୨ଲକ୍ଷ ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରିଛନ୍ତି।

Leave a Reply

Your email address will not be published. Required fields are marked *

Back to top button