ଘରୋଇ ବସ୍‌ ଧର୍ମଘଟ ନେଇ ୮ରେ ନିଷ୍ପତ୍ତି

ଭୁବନେଶ୍ଵର : ଘରୋଇ ବସ୍‌ ଧର୍ମଘଟ ନେଇ ଆସନ୍ତା ନଭେମ୍ବର ୮ ତାରିଖରେ ନିଷ୍ପତ୍ତି ନିଆଯିବ। ଏହି ସୂଚନା ଦେଇଛନ୍ତି ଘରୋଇ ବସ୍ ମାଲିକ ସଂଘର ସଂପାଦକ ଦେବେନ୍ଦ୍ର ସାହୁ।

ଖବର ଅନୁଯାୟୀ ଶ୍ରୀ ସାହୁ ସାମ୍ବାଦିକ ସମ୍ମିଳନୀରେ କହିଲେ ନଭେମ୍ବର ୧ ତାରିଖରୁ ଭବାନୀପାଟଣାରୁ ଲକ୍ଷ୍ମୀ ବସ୍‌ ଚଳାଚଳ କରିବ। ଯଦି ସେଦିନ ବ୍ଲକରୁ ଜିଲ୍ଲାକୁ ଏହି ବସ୍‌ ଚାଲେ ତେବେ ଧର୍ମଘଟ ହେବ। ଏଥିରେ ୧୦ଟି ସାମିଲ ହେବେ। ଏହାଛଡା ସଭାସମିତି ପାଇଁ ରାଜନୈତିକ ଦଳକୁ ବସ ଦିଆଯିବ ନାହିଁ ବୋଲି ନିଷ୍ପତ୍ତି ହୋଇଛି। ସରକାର ସଂଘର ଦାବି ମାନନେଲେ ଧର୍ମଘଟ ହେବ ନାହିଁ ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *

Back to top button