ଫିରିଙ୍ଗିଆ ଥାନା ଆଇଆଇସିଙ୍କୁ ମୁଖ୍ୟାଳୟକୁ ବଦଳି

ଫୁଲବାଣୀ : ଫିରିଙ୍ଗିଆ ଥାନା ପୋଡ଼ାଜଳା ଓ ଭଙ୍ଗାରୁଜା ଘଟଣାରେ ଆଇଆଇସି ତପନ କୁମାର ନାହାକଙ୍କୁ ପୋଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି। ଦୁଇ ହୋମଗାର୍ଡଙ୍କୁ କାର୍ଯ୍ୟରୁ ଅନ୍ତର କରାଯାଇଛି ବୋଲି କନ୍ଧମାଳ ଏସ୍ ପି ଶୁଭେନ୍ଦୁ କୁମାର ପାତ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି ଭାଇରାଲ ଭିଡିଓର ସତ୍ୟତା ଯାଞ୍ଚ ସହ ଅଭିଯୋଗର ତଦନ୍ତ ହେବ।

ଖବର ଅନୁଯାୟୀ ଫିରିଙ୍ଗିଆ ଥାନା ପୋଡ଼ାଜଳା ଓ ଭଙ୍ଗାରୁଜାକୁ ନେଇ ପୋଲିସ ୧୯ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ୨୦୦ ଶହରୁ ଅଧିକ ଲୋକଙ୍କ ନାଁରେ ମାମଲା ରୁଜୁ ହୋଇଥିବା ବେଳେ ଆଖପାଖର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଉଛି। ଗିରଫଦାରୀ ଭୟରେ ଫିରିଙ୍ଗିଆ ଜନଶୂନ୍ୟ ହୋଇପଡିଛି। ବଜାର ଖାଁ ଖାଁ। ସ୍ଥିତି ସ୍ୱାଭାବିକ କରିବାକୁ ସୁରକ୍ଷାକୁ ବଢ଼ାଇ ଦିଆଯାଇଛି। ଦକ୍ଷିଣାଞ୍ଚଳ ଆଇଜି ସତ୍ୟବ୍ରଜ ଭୋଇ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଉପରେ ନଜର ରଖିଛନ୍ତି।

Leave a Reply

Your email address will not be published. Required fields are marked *

Back to top button