ଅନ୍‌ଲାଇନ୍‌ରେ ଖାଦ୍ୟ ମଗାଇବା ମହଙ୍ଗା ହେବ

ନୂଆଦିଲ୍ଲୀ : ଏଣିକି ଘରେ ବସି ଅନ୍‌ଲାଇନ୍‌ରେ ଫୁଡ୍‌ ଡେଲିଭରୀ କମ୍ପାନୀ ସ୍ୱିଗି ଓ ଜୋମାଟ ଆଦିରୁ ଖାଦ୍ୟ ମଗାଇବା ମହଙ୍ଗା ହୋଇପାରେ। ବିତରଣ କମ୍ପାନୀମାନେ ଖାଦ୍ୟର ଦର ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ଅତି କମରେ ୫ ପ୍ରତିଶତ ଜିଏସ୍‌ଟି ଅଧୀନରେ ଆଣିବାକୁ ସୁପାରିଶ କରିଛନ୍ତି।

ଶୁକ୍ରବାର ଲକ୍ଷ୍ନୌରେ ଜିଏସଟି ପରିଷଦ କମିଟି ବୈଠକ ବସିବାକୁ ଥିବା ବେଳେ ଏହା ମୁଖ୍ୟ ଏଜେଣ୍ଡା ହୋଇପାରେ ବୋଲି ଆଲୋଚନା କରାଯାଉଛି। ବର୍ତ୍ତମାନ ଯେଉଁ ଅନ୍‌ଲାଇନ୍‌ ଫୁଡ୍‌ ବ୍ୟବସ୍ଥା ଚାଲିଛି ସେଥିପାଇଁ ସରକାରଙ୍କୁ ୨ ହଜାର କୋଟି ଟଙ୍କାର କ୍ଷତି ସହିବାକୁ ପଡୁଛି। ଜିଏସଟି ପରିଷଦର ଫିଟମେଣ୍ଟ ପ୍ୟାନେଲ ଖାଦ୍ୟ ଏଗ୍ରିଗେଟରମାନଙ୍କୁ ଇ-କମର୍ସ ଅପରେଟର ଭାବରେ ବ୍ୟବହାର କରିବାକୁ ପରାମର୍ଶ ଦେଇଛି।

Leave a Reply

Your email address will not be published. Required fields are marked *

Back to top button