ଜେଲ୍‌ଗଲା ଦୁର୍ଦ୍ଦାନ୍ତ ମହିଳା

ଭୁବନେଶ୍ଵର : ଦୁର୍ଦ୍ଦାନ୍ତ ମହିଳା। କଥା ଏପଟସେପଟ ହେଲେ ହାଣିବାକୁ ପଛାଉନଥିଲା। କେବଳ ସେତିକି ନୁହେଁ ମିଛ ଦଫା ଲଗାଇବାକୁ ଦେଉଥିଲା ଧମକ। ଜୀବନରୁ ମାରିଦେବାକୁ କହୁଥିଲା। ଏହି ମହିଳା ଜଣକ ବାରଙ୍ଗ ଅଞ୍ଚଳର ଭାରତୀ ବେଉରା। ସହିଦନଗର ଥାନା ପୋଲିସ ତାଙ୍କୁ ଗିରଫ କରିବ ସହିତ କିଛି ମାରଣାସ୍ତ୍ର ଜବତ କରିଥିବା ଜଣାପଡିଛି।

ଖବର ଅନୁଯାୟୀ ଭାରତୀ ଏସ୍‌ପ୍ଲାନେଡ୍‌ ମଲ୍‌ ପଛ ଗେଟ୍‌ ନିକଟରେ ଚା’ ଓ ସ୍ନାକ୍ସ ଦୋକାନ କରିଥିଲେ। ବ୍ୟବସାୟକୁ ନେଇ ପଡ଼ୋଶୀ ଦୋକାନୀଙ୍କ ସହ ତାଙ୍କର ବିବାଦ ଥିବାରୁ ବିଭିନ୍ନ ସମୟରେ ଗଣ୍ଡଗୋଳ ସ୍ଥିତି ଉପୁଜୁଥିଲା। କିଛିଦିନ ତଳେ ଭାରତୀ ଜଣେ ଗ୍ୟାରେଜ୍‌ ବ୍ୟବସାୟୀଙ୍କୁ କଟୁରିରେ ହାଣି ରକ୍ତାକ୍ତ କରିଥିଲେ। ଥାନାରେ ଅଭିଯୋଗ କଲେ ଜୀବନରୁ ମାରିଦେବାକୁ ଧମକ ଦେବାରୁ ଭୟରେ ଗ୍ୟାରେଜ୍‌ ‌ଦୋକାନୀ ଚୁପ ରହିଥିଲେ। ଫଳରେ କେହି ତାଙ୍କ ବିରୋଧରେ ମୁହଁ ଖୋଲିବାକୁ ସାହସ ଜୁଟାଇ ପାରୁ ନଥିଲେ। ଗତ ୪ ତାରିଖ ସନ୍ଧ୍ୟାରେ ‌ପଡ଼ୋଶୀ ଦୋକାନୀ ଈଶ୍ଵର ସାହୁଙ୍କ ସହ ତାଙ୍କର କଥା କଟାକଟି ହୋଇଥିଲା। ଭାରତୀ ରାଗିଯାଇ ତାଙ୍କୁ ଏକ ଟେଷ୍ଟର୍‌ରେ ଆକ୍ରମଣ କରି ରକ୍ତାକ୍ତ କରିଥିଲେ। ଏନେଇ ସେ ସହିଦନଗର ଥାନାରେ ଅଭିଯୋଗ କରିବାରୁ ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି।

Leave a Reply

Your email address will not be published. Required fields are marked *

Back to top button