ଭୀଷଣ ବାତ୍ୟାର ରୂପ ନେଲା ‘ମୋକା’

ଭୁବନେଶ୍ଵର : ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ‘ମୋକା’ ଭୀଷଣ ସାମୁଦ୍ରିକ ଝଡର ରୁପ ନେଇଛି। ଏହା ଘଣ୍ଟା ପ୍ରତି ୯ କିମି ବେଗରେ ଉତ୍ତର ଆଡ଼କୁ ଗତି କରୁଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ପାଣିପାଗ ବିଭାଗର ସୂଚନା ଅନୁଯାୟୀ ବାତ୍ୟା ‘ମୋକା’ ୧୪ ତାରିଖ ପୂର୍ବାହ୍ନରେ ବାଂଲାଦେଶ ଓ ମିଆଁମାର ମଧ୍ୟରେ ଉପକୂଳ ଲ୍ୟାଣ୍ଡଫଲ୍‌ କରିପାରେ। ଏହି ସମୟରେ ପବନ ବେଗ ଘଣ୍ଟାପ୍ରତି ସର୍ବାଧିକ ୧୭୫ କି.ମି. ରହିବାର ସମ୍ଭାବନା ରହିଛି। ହେଲେ ଓଡ଼ିଶା କିମ୍ବା ଆନ୍ଧ୍ରପ୍ରଦେଶ ଉପରେ ବାତ୍ୟା ‘ମୋକା’ର ପ୍ରଭାବ ପଡ଼ିବନି। ଏପରିକି ବାତ୍ୟା ଜନିତ ପବନ କିମ୍ବା ବର୍ଷା ହେବନି ବୋଲି କୁହାଯାଇଛି।

ସେହିପରି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପୂର୍ବନୁମାନ ଓଡିଶାରେ ଗ୍ରୀଷ୍ମପ୍ରବାହ ଜାରି ରହିଛି। ଆସନ୍ତାକାଲିଠାରୁ ତାତି ଆହୁରି ବଢିବ।

Leave a Reply

Your email address will not be published. Required fields are marked *

Back to top button