ସୁପ୍ରିମକୋର୍ଟ ଦିଲ୍ଲୀ ସେବା ଆଇନର ପରୀକ୍ଷା କରିବେ

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଦିଲ୍ଲୀର ପ୍ରଶାସନିକ ନିଯୁକ୍ତି ଓ ବଦଳି ଉପରେ ନିୟନ୍ତ୍ରଣ ରଖିବା ପାଇଁ ଆଣିଥିବା ଦିଲ୍ଲୀ ସର୍ଭିସ ଆଇନର ସୁପ୍ରିମକୋର୍ଟ ସମୀକ୍ଷା କରିବେ। କେଜ୍ରିୱାଲ ସରକାରଙ୍କ ଅନୁରୋଧକ୍ରମେ ସୁପ୍ରିମକୋର୍ଟ ମୂଳ ଆବେଦନରେ ସଂଶୋଧନ କରିବାକୁ ଅନୁମତି ଦେଇଛନ୍ତି। ସଂଶୋଧିତ ଆବେଦନ ଉପରେ ୪ ସପ୍ତାହ ମଧ୍ୟରେ କେନ୍ଦ୍ରକୁ ଜବାବ ରଖିବାକୁ କୋର୍ଟ କହିଛନ୍ତି।

ଖବର ଅନୁଯାୟୀ କେନ୍ଦ୍ର ସରକାର ଏ ସଂକ୍ରାନ୍ତ ବିଲ୍‌ ଲୋକସଭା ଓ ରାଜ୍ୟସଭାରେ ଉପସ୍ଥାପନ କରି ପାରିତ କରିଥିଲେ। ରାଷ୍ଟ୍ରପତିଙ୍କ ଅନୁମୋଦନକ୍ରମେ ଏହା ଆଇନରେ ପରିଣତ ହୋଇଛି।

Leave a Reply

Your email address will not be published. Required fields are marked *

Back to top button