ଜେଲ୍‌ରେ ଆକ୍ରମଣ : ଗ୍ୟାଙ୍ଗ୍‌ଷ୍ଟର୍‌ ଟିଲୁ ତାଜପୁରିଆର ମୃତ୍ୟୁ

ନୂଆଦିଲ୍ଲୀ : ଜେଲରେ ଦୁଇ ଅପରାଧୀ ଗ୍ୟାଙ୍ଗ୍‌ ସଦସ୍ୟଙ୍କ ମଧ୍ୟରେ ଗଣ୍ଡଗୋଳ। ଆଜି ସକାଳେ ଦିଲ୍ଲୀର ତିହାର ଜେଲରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ପ୍ରତିପକ୍ଷଙ୍କ ଆକ୍ରମଣରେ ଗ୍ୟାଙ୍ଗ୍‌ଷ୍ଟର୍‌ ଟିଲୁ ତାଜପୁରିଆ ଗୁରୁତର ହେବାରୁ ତାଙ୍କୁ ଚିକିତ୍ସା ପାଇଁ ଦିନ୍‌ ଦୟାଲ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ଟିଲୁର ମୃତ୍ୟୁ ଘଟିଛି।

ଖବର ଅନୁଯାୟୀ ତିହାର ଜେଲର ୮ ନମ୍ବର ସେଲ୍‌ରେ ବନ୍ଦୀଥିବା ଯୋଗେଶ ଟୁଣ୍ଡା ନାମକ ଜଣେ କଏଦୀ ଏକ ଲୁହା ରଡ୍‌ରେ ୯ ନମ୍ବର ସେଲ୍‌ର ଟୁଲୁକୁ ଆକ୍ରମଣ କରିଥିଲା। ଏହି ଆକ୍ରମଣ ପରେ ଟିଲୁ ଗୁରୁତର ଆହତ ହୋଇଥିଲା। ତାକୁ ଜେଲ୍‌ ପ୍ରଶାସନ ତୁରନ୍ତ ହସ୍ପିଟାଲ୍‌ରେ ଭର୍ତ୍ତି କରିଥିଲେ ମଧ୍ୟ ବଞ୍ଚାଇବା ସମ୍ଭବ ହୋଇନଥିଲା।

Leave a Reply

Your email address will not be published. Required fields are marked *

Back to top button