ଲାଞ୍ଚ ନେବାବେଳେ ଧରାପଡିଲେ ଜୁନିଅର ରେଭିନ୍ୟୁ ଆସିଷ୍ଟାଣ୍ଟ

କେନ୍ଦୁଝର : ଘଟଗାଁ ତହସିଲର ଜୁନିଅର ରେଭିନ୍ୟୁ ଆସିଷ୍ଟାଣ୍ଟ ଦେବାଶିଷ ପଣ୍ଡା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ତାଙ୍କ ପାଖରୁ ଲାଞ୍ଚ ଟଙ୍କା ୧୦ ହଜାର ଜବତ କରାଯାଇଛି।

ଖବର ଅନୁଯାୟୀ ସାଙ୍ଗରିତଳି ଗାଁର ବନମାଳି ପ୍ରଧାନ ଜମି ପଟ୍ଟା କରିବାକୁ ରେଭିନ୍ୟୁ ଆସିଷ୍ଟାଣ୍ଟ ଦେବାଶିଷଙ୍କ ପାଖକୁ ଆସିଥିଲେ। ଶୀଘ୍ର ଜମି ପଟ୍ଟା କରିଦେବାକୁ ଦେବାଶିଷ ବନମାଳିଙ୍କୁ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ବନମାଳି ଏନେଇ ଭିଜିଲାନ୍ସ ନିକଟରେ ଅଭିଯୋଗ କରିବାରୁ ପୂର୍ବ ଯୋଜନା ମୁତାବକ ଗତକାଲି ଲାଞ୍ଚ ନେବାବେଳେ ଦେବାଶିଷଙ୍କୁ ଧରିଥିଲେ ଭିଜିଲାନ୍ସ ଅଧିକାରୀ। ଆଜି ସକାଳେ ଦେବାଶିଷଙ୍କ ଘର, ପୈତୃକ ଘର, ଭଡ଼ା ଘର ଓ ଅଫିସରେ ଭିଜିଲାନ୍ସ ଚଢ଼ଉ କରି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଥିବା ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *

Back to top button