ପୋଲ ଉପରୁ କାର୍ ଖସିପଡିବାରୁ ୨ ଗୁରୁତର

ସୁନ୍ଦରଗଡ଼ : ମହୁଲପଦା ଥାନା ଫୁଲଝର ନଗରିଆ ପୋଲ ଉପରୁ ୨୦ ଫୁଟ୍ ତଳକୁ ଏକ କାର୍ ଖସିପଡିବାରୁ ୩ ଜଣ ଆହତ ହୋଇଛନ୍ତି। ୨ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ରାଉରକେଲା ସ୍ଥାନାନ୍ତର କରାଯାଇଛି।

ଖବର ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ଦୁର୍ଘଟଣା ଘଟିଛି। କେନ୍ଦୁଝର କାଦଡ଼ିଆରୁ ରାଉଲକେଲା ଅଭିମୁଖେ ଯାଉଥିବା କାର୍‌ଟି ଭାରସାମ୍ୟ ହରାଇ ପୋଲ ତଳକୁ ଖସି ପଡ଼ିବାରୁ ତିନିଜଣ ଆହତ ହୋଇଛନ୍ତି। ସେମାନେ ହେଲେ କାଦଡ଼ିଆ ଗାଁର ଅଜିତ ମାହାନ୍ତ, ଓମକାର ବେହେରା ଓ ଯଦୁମଣି ମହାକୁଡ଼। ଅଜିତ ଓ ଓମକାରଙ୍କ ଅବସ୍ଥା ଗୁରୁତର ରହିଛି। ଓମକାର କାର୍ ଚଲାଉଥିଲେ।

Leave a Reply

Your email address will not be published. Required fields are marked *

Back to top button