ପାରିବାରିକ କଳିରୁ ସ୍ତ୍ରୀକୁ ଖଣ୍ଡ ଖଣ୍ଡ କରି ହାଣିଲା ସ୍ୱାମ୍ବୀ

ବାଲେଶ୍ୱର : ପାରିବାରିକ କଳହରୁ ପତ୍ନୀକୁ ହତ୍ୟାକରୀ ଖଣ୍ଡ ଖଣ୍ଡ କରି ଅଖାରେ ଭର୍ତ୍ତିକଲା ସ୍ଵାମୀ। ଏପରି ଜଘନ୍ୟ କାଣ୍ଡ ବସ୍ତା ଥାନା ଥାନା ଅନ୍ତର୍ଗତ ହଳଦୀପଦା ପଞ୍ଚାୟତ ପାଳସିଆ ଗାଁ’ରେ ଘଟିଛି। ଯାହା ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

ଖବର ଅନୁଯାୟୀ ହଳଦୀପଦା ପଞ୍ଚାୟତ ପାଳସିଆ ଗାଁ’ର ପ୍ରଦୀପ ଦାସ ୧୦ ବର୍ଷ ତଳେ ମାମା ଦାସଙ୍କୁ ବିବାହ କରିଥିଲେ। ଉଭୟଙ୍କର ୬ ବର୍ଷର ଝିଅ ଓ ୪ ବର୍ଷର ପୁଅ ଅଛନ୍ତି। ହେଲେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଘଟିଥିବା ଗଣ୍ଡଗୋଳ ଶେଷରେ ହତ୍ୟାକାଣ୍ଡର ରୂପ ନେଇଛି। ପ୍ରଦୀପଙ୍କ ଝିଅ କହିଛି ଶନିବାର ଅପରାହ୍ନରେ ପାଟିତୁଣ୍ଡ ହେବାରୁ ବାପା କଟୁରୀରେ ମା’ର ହାତକୁ ହାଣିବା ପରେ ମୁଣ୍ଡକୁ ହାଣି ଦେଇଥିଲା। ପରିବାର ଲୋକେ ଏହାକୁ ଦୁର୍ଘଟଣାର ରୂପ ଦେବା ପାଇଁ ଖଣ୍ଡ ବିଖଣ୍ଡିତ ମୃତଦେହକୁ ଏକ ଅଖାରେ ପୂରାଇ ଟ୍ରେନ୍‌ ଲାଇନ୍‌ରେ ଫିଙ୍ଗିବାକୁ ନେଉଥିଲେ। ଏ ସମ୍ପର୍କରେ ଖବର ପାଇ ମାମାଙ୍କ ବଡ଼ ଭାଇ ମହେଶ୍ୱର ପହଞ୍ଚିବାରୁ ପ୍ରଦୀପ ଓ ତାଙ୍କ ବାପା ଅଖାକୁ ରାସ୍ତାରେ ପକାଇ ଦେଇ ଚମ୍ପଟ ମାରିଥିଲେ। ଦୁହେଁ ଖସିଯିବାରୁ ମହେଶ୍ୱର ଓ ତାଙ୍କ ପରିବାର ଲୋକେ ମାମାଙ୍କ ଶାଶୂ ଓ ଦିଅରକୁ ଧରି ଛେଚିଥିଲେ।

ବସ୍ତା ପୋଲିସ ସେଠାରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରି ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲେ ହେଁ ସେମାନଙ୍କ ଅବସ୍ଥା ଗୁରୁତର ହେବାରୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ଆଉ ଅଖାରେ ଭର୍ତ୍ତି ହୋଇଥିବା ଖଣ୍ଡବିଖଣ୍ଡିତ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ କରୁଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button