୩୦ରୁ ପୁଣି ବର୍ଷିବ

ଭୁବନେଶ୍ଵର : ମୌସୁମୀଜନିତ ନିମ୍ନ ଚାପରେଖା ଦକ୍ଷିଣ ଭାଗରୁ ସାଧାରଣ ଅବସ୍ଥାନକୁ ଫେରୁଥିବାରୁ ରାଜ୍ୟରେ ଆସନ୍ତା ୩୦ ତାରିଖରୁ ବର୍ଷା ବଢ଼ିବାର ସମ୍ଭାବନା ରହୁଛି।

ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଦିଆଯାଇଅଥିବା ସୂଚନା ଅନୁଯାୟୀ ଦକ୍ଷିଣ ଓଡ଼ିଶା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଓ ପାଖାପାଖି ଅଞ୍ଚଳରେ ରହିଥିବା ଲଘୁଚାପ ବଳୟ ଦୁର୍ବଳ ହୋଇ ଲଘୁଚାପର ରୂପ ନେଇଛି। ଏହା ଦକ୍ଷିଣ ଓଡ଼ିଶା ଓ ସଂଲଗ୍ନ ଉତ୍ତର ଉପକୂଳ ଆନ୍ଧ୍ରପ୍ରଦେଶ ଅଞ୍ଚଳ ଉପରେ ରହିଛି। ଏଥିସହ ମୌସୁମୀଜନିତ ନିମ୍ନ ଚାପରେଖା ଗୁରୁବାର ଦିନ ରାଜସ୍ଥାନର ବିକେନାର୍‌ରୁ ବାହାରି କୋଟା, ରାଇସେନ, ଦୁର୍ଗ ଓ ପଶ୍ଚିମ ଦକ୍ଷିଣ-ଓଡ଼ିଶା ଓ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଲଘୁଚାପ କ୍ଷେତ୍ରର କେନ୍ଦ୍ରରୁ ପୂର୍ବ-ଦକ୍ଷିଣପୂର୍ବ ଦିଗରେ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଯାଏ ଲମ୍ବିଛି। ଏହାର ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଥିବା ବେଳେ ଆଜି ନୂଆପଡ଼ା, ବରଗଡ଼, ବଲାଙ୍ଗୀର, ସମ୍ବଲପୁର, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ବୋଲି କୁହାଯାଇଛି।

Leave a Reply

Your email address will not be published. Required fields are marked *

Back to top button