ସିବିଆଇ ତଦନ୍ତ ନସରିବା ଯାଏ ବାହାନଗାରେ ଟ୍ରେନ ଅଟକିବନି

ଭୁବନେଶ୍ୱର : ବାହାନଗା ଟ୍ରେନ ଦୁର୍ଘଟଣା ପରେ କ୍ଷତିଗ୍ରସ୍ତ ରେଳ ଧାରଣାର ମରାମତି ସରିଛି। ଏହି ମାର୍ଗରେ ସ୍ୱାଭାବିକ ହୋଇଛି ଟ୍ରେନ ଚଳାଚଳ। କିନ୍ତୁ ସିବିଆଇ ତଦନ୍ତ ନସରିବା ପର୍ଯ୍ୟନ୍ତ ବାହାନଗା ବଜାର ରେଳ ଷ୍ଟେସନରେ କୌଣସି ଟ୍ରେନ ଅଟକିବନି। ଏହା କହିଛନ୍ତି ଦକ୍ଷିଣ ପୂର୍ବ ରେଳବାଇ ମୁଖ୍ୟ ଲୋକସମ୍ପର୍କ ଅଧିକାରୀ ଆଦିତ୍ୟ କୁମାର ଚୌଧୁରୀ।

ଗଣମାଧ୍ୟମକୁ ଶ୍ରୀ ଚୌଧୁରୀ ଦେଇଥିବା ସୂଚନା ଅନୁଯାୟୀ ଜୁନ୍ ୨ ତାରିଖ କରମଣ୍ଡଳ ଏକ୍ସପ୍ରେସ୍ ଦୁର୍ଘଟଣା ଘଟିବାର କାରଣ ଜାଣିବାକୁ ସିବିଆଇ ତଦନ୍ତ ଜାରି ରହିଛି। ଲଗବୁକ୍ ସମେତ ରିଲେ ପ୍ୟାନେଲ ଓ ଅନ୍ୟାନ୍ୟ ଉପକରଣକୁ ଜବତ ହୋଇଥିବା ବେଳେ ବାହାନଗା ବଜାର ରେଳଷ୍ଟେସନକୁ ସିବିଆଇ ଅଧିକାରୀମାନେ ସିଲ୍ କରିଦେଇଛନ୍ତି। ସିଗନାଲ ସିଷ୍ଟମର ଗୁରୁତ୍ୱପୂର୍ଣ୍ଣ ରିଲେ ଇଂଟରଲକିଂ ପ୍ୟାନେଲ ସିଲ୍ କରାଯାଇଥିବାରୁ ଷ୍ଟେସନର କର୍ମଚାରୀଙ୍କ ପ୍ରବେଶ ଉପରେ କଟକଣା ରହିଛି। ତେଣୁ ବାହାନଗା ବଜାର ଷ୍ଟେସନରେ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ କୌଣସି ଯାତ୍ରୀବାହୀ କିମ୍ବା ମାଲବାହୀ ଟ୍ରେନ ଅଟକିବ ନାହିଁ।

Leave a Reply

Your email address will not be published. Required fields are marked *

Back to top button