କନିଷ୍ଠ ଯନ୍ତ୍ରୀଙ୍କୁ ଧରିଲା ଭିଜିଲାନ୍ସ

କଟକ : ବଡ଼ମ୍ବା ବ୍ଲକ କନିଷ୍ଠ ଯନ୍ତ୍ରୀ ବାଉରୀବନ୍ଧୁ ପରିଡ଼ା ୩୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ଲାଞ୍ଚ ଟଙ୍କା ଜବତ ସହିତ ତାଙ୍କୁ ଗିରଫ କରାଯାଇଥିବା ଜଣାପଡିଛି।

ଖବର ଅନୁଯାୟୀ ମୁଗଗହୀର ପଞ୍ଚାୟତର ଏକ ପ୍ରକଳ୍ପ କାର୍ଯ୍ୟର ବିଲ୍ ତ୍ୱରାନ୍ୱିତ ପାଇଁ ଜଣେ ଠିକାଦାର ବାଉରୀବନ୍ଧୁଙ୍କ ପାଖକୁ ଯାଇଥିଲେ। ବିଲ୍‌ ପାସ ପାଇଁ ୩୦ ହଜାର ଟଙ୍କା ତାଙ୍କ ସରକାରୀ ବାସଭବନରେ ଦେବାକୁ କହିଥିଲେ। ଠିକାଦାର ଜଣଙ୍କ ଏ ବିଷୟରେ ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ।

ଗୁରୁବାର ଯୋଜନା ମୁତାବକ ଭିଜିଲାନ୍ସ ଟିମ୍ ବାଉରୀବନ୍ଧୁଙ୍କ ସରକାରୀ ବାସଭବନ ପାଖରେ ଛକି ରହିଥିଲେ। ବାଉରୀବନ୍ଧୁ ଠିକାଦାରଙ୍କ ଠାରୁ ୩୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ତାଙ୍କୁ ଧରିବା ସହିତ ଗିରଫ କରିଥିଲା। ଏହାପରେ ବାଉରୀବନ୍ଧୁଙ୍କ ସରକାରୀ କ୍ୱାର୍ଟର୍ସ ସମେତ ୩ଟି ସ୍ଥାନରେ ଚଢ଼ଉ କରାଯାଇଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button