ଲାଞ୍ଚ ନେଇ ଫସିଲେ କରଞ୍ଜିଆ ତହସିଲଦାର

ବାରିପଦା : ଭିଜିଲାନ୍ସ ଜାଲରେ ଫସିଛନ୍ତି ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ତହସିଲଦାର ଚାର୍ଲସ ନାୟକ। ଆଜି ତାଙ୍କ ୪ଟି ଠିକଣାରେ ଚଢ଼ଉ ହୋଇଛି।

ଖବର ଆନୁଯାୟୀ ଜାତୀୟ ରାଜପଥ ସଂପ୍ରସାରଣ ପାଇଁ ଜଣେ ବ୍ୟକ୍ତି ଜମି ହରାଇଥିବାରୁ କ୍ଷତିପୂରଣ ବାବଦକୁ ତାଙ୍କୁ ୫୧ ଲକ୍ଷ ୭୫ ହଜାର ୮୧୦ ଟଙ୍କା ମିଳିବ। ଅର୍ଥ ରିଲିଜ କରିବାକୁ ତହସିଲଦାର ଚାର୍ଲସ ନାୟକ ୧୨ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ। ୧୦ ଓ ୨ ଲକ୍ଷର ଦୁଇଟି ବ୍ଲାଙ୍କ ଚେକ୍‌ ଦେବାକୁ କହିଥିଲେ। ଆଉ ଚେତାଇ ଦେଇଥିଲେ ଟଙ୍କା ନଦେଲେ କ୍ଷତିପୂରଣ ରାଶି ମିଳିବନି। ବ୍ୟକ୍ତି ଜଣକ ଅନ୍ୟ କୌଣସି ଉପାୟ ନ ପାଇ ତହସିଲଦାରଙ୍କୁ ଦୁଇଟି ବ୍ଲାଂକ ଚେକ୍ ଦେଇଥିଲେ। ଲାଞ୍ଚ ଅର୍ଥ ନେବା ପାଇଁ ତହସିଲଦାରଙ୍କ ତରଫରୁ ଦୁଇଟି ଚେକ୍‌ ବ୍ୟାଙ୍କରେ ଜମା କରାଯିବା ପରେ ଘଟଣା ସଂପର୍କରେ ଭିଜିଲାନ୍ସରେ ଅଭିଯୋଗ କରଯାଇଥିଲା।

ଅଭିଯୋଗ ପାଇବା ପରେ ବାରିପଦା ସ୍ଥିତ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରୁ ସର୍ଚ୍ଚ ୱାରେଣ୍ଟ ଆଣି ଆଜି ଭିଜିଲାନ୍ସ ପକ୍ଷରୁ ତହସିଲଦାର ଚାର୍ଲସ ନାୟକଙ୍କ ଚାରିଟି ଠିକଣାରେ ଚଢ଼ଉ କରାଯାଇଛି। କରଞ୍ଜିଆ ସ୍ଥିତ ସରକାରୀ ବାସଭବନ ଓ ତହସିଲ ଅଫିସ ରୁମ୍‌, କରଞ୍ଜିଆର ଆଉ ଏକ ସ୍ଥାନ ସହିତ ଭଦ୍ରକ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ଉ ହୋଇଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button