ସେକ୍ସ ରାକେଟ୍ ଚଳାଉଥିଲେ ଇମ୍ରାନ ଖାନ ଓ ତୃତୀୟ ପତ୍ନୀ

ଇସଲାମବାଦ : ଜେଲରେ ଥିବା ପାକିସ୍ତାନର ପୂର୍ବ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବିରୋଧରେ ଆସିଛି ସଙ୍ଗିନ ଅଭିଯୋଗ। ଇମ୍ରାନ ଓ ତାଙ୍କ ତୃତୀୟ ପତ୍ନୀ ବୁଶରା ବିବି ସେକ୍ସ ରାକେଟ୍ ଚଳାଉଥିବା ଆରୋପ ଆଣିଛନ୍ତି ଅନାଥ ଆଶ୍ରମର ପୂର୍ବତନ ସୁପରିଟେଣ୍ଡେଣ୍ଟ ଥିବା ଜଣେ ମହିଳା।

ପାକିସ୍ତାନୀ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ କାଶାନା ୱେଲଫେୟାର ହାଉସର ପୂର୍ବ ସୁପରିଟେଣ୍ଡେଣ୍ଟ ଅଫାଶା ଲତିଫ୍ ଅଭିଯୋଗ କରିଛନ୍ତି ଇମ୍ରାନ ପ୍ରଧାନମନ୍ତ୍ରୀ ଥିବା ସମୟରେ ଅନାଥ ପିଲାମାନଙ୍କୁ ତାଙ୍କ ଘରକୁ ପଠାଯାଉଥିଲା। ସେଠାରେ ସେହି ପିଲାମାନଙ୍କୁ ଯୌନ ଶୋଷଣ କରାଯାଉଥିଲା। ଅନାଥ ଶିଶୁମାନଙ୍କୁ ମୁହଁ ବନ୍ଦ ରଖିବାକୁ ଦିଆଯାଉଥିଲା ଧମକ ଚମକ। କେବଳ ସେତିକି ନୁହେଁ ଅଫାଶା ଲତିକ୍ କହିଛନ୍ତି ଅନେକ ଅନାଥ ଶିଶୁ ଆଜି ବି ନିଖୋଜ ରହିଛନ୍ତି। ଏସବୁ ଇମ୍ରାନ ଖାନଙ୍କ ତୃତୀୟ ପତ୍ନୀ ବୁଶାରା ବିବିଙ୍କ ଇଶାରାରେ ହେଉଥିଲା ବୋଲି ଏକ ପାକିସ୍ତାନୀ ଗଣମାଧ୍ୟମ ସହ ଆଲୋଚନା ବେଳେ ଅଫାଶା କହିଛନ୍ତି।

ସୂଚନାଯୋଗ୍ୟ ପଞ୍ଜାବ ପ୍ରଦେଶର ସରଗୋଧ୍ୟା ସହରରେ ୧୯୭୦ ମସିହାରେ ସ୍ଥାପନ ହୋଇଥିଲା କାଶାନା ୱେଲଫେୟାର ହାଉସ। ଏଠାରେ ଅନାଥ ଶିଶୁମାନଙ୍କୁ ରଖାଯାଉଥିଲା। ଲତିଫଙ୍କ କହିବା ଅନୁଯାୟୀ ଦଶନ୍ଧୀ ଦଶନ୍ଧୀ ଧରି ଏହି ଅନାଥାଶ୍ରମରେ ରହୁଥିବା ପିଲାମାନଙ୍କ ସହ ଘୃର୍ଣ୍ୟ କାର୍ଯ୍ୟ କରାଯାଉଛି। ଏଠାକାର ଅନାଥ ନାବାଳିକାଙ୍କ ସହ ଘୃଣ୍ୟ କାମ କରୁଥିବା ବ୍ୟକ୍ତିଙ୍କ ମଧ୍ୟରେ ଅଛନ୍ତି ସର୍ବାଧିକ ଇମ୍ରାନ ଖାନଙ୍କ ଘନିଷ୍ଠ ଲୋକ।

Leave a Reply

Your email address will not be published. Required fields are marked *

Back to top button