ମୋ ଘର ନେଇଯାଅ ପଛେ ମୁଁ ପ୍ରସଙ୍ଗ ଉଠାଇବି: ରାହୁଲ

ନୂଆଦିଲ୍ଲୀ : କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଜି ତାଙ୍କ ନିର୍ବାଚନମଣ୍ଡଳୀ ୱାୟାନାଡ ଗସ୍ତକରି ଏକ ସାଧାରଣ ସଭାରେ ବିଜେପି ଉପରେ ବର୍ଷିଛନ୍ତି। ସେ କହିଛନ୍ତି ୫୦ ଥର ମୋ ଘରକୁ ନେଇଯାଅ କିନ୍ତୁ ମୁଁ ୱାୟାନାଡ ଓ ଭାରତର ଲୋକଙ୍କ ପ୍ରସଙ୍ଗ ଉଠାଇବି।

ଲୋକସଭାରୁ ଅଯୋଗ୍ୟ ଘୋଷିତ ହେବା ପରେ ମଙ୍ଗଳବାର ପ୍ରଥମ ଥର ପାଇଁ ୱାୟାନାଡରେ ଭଉଣୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସହ ପହଞ୍ଚିଥିଲେ। ସେଠାରେ କରିଥିଲେ ଏକ ସାଧାରଣସଭା। ଏହି ଅବସରରେ ରାହୁଲ କହିଥିଲେ ୪ବର୍ଷ ପୂର୍ବେ ଏଠାକୁ ଆସି ମୁଁ ଆପଣମାନଙ୍କର ସାଂସଦ ହୋଇଥିଲି। ମୋ ପାଇଁ ଏହା ଥିଲା ଏକ ଭିନ୍ନ ପ୍ରକାରର ଅଭିଯାନ। ସେମାନେ ଭାବନ୍ତି ମୋ ଘରକୁ ପୋଲିସ ପଠାଇ କିମ୍ବା ଘରକୁ ନେଇଯାଇ ମୋତେ ଭୟଭୀତ କରିବେ। କିନ୍ତୁ ସେମାନେ ମୋ ଘରକୁ ନେଇଛନ୍ତି ମୁଁ ଖୁସି। ସେ କହିଲେ ସାଂସଦ କେବଳ ଏକ ଟ୍ୟାଗ୍। ବିଜେପି ଟ୍ୟାଗ୍ ହଟାଇବା ସହିତ ସେମାନେ ଏ ପୋଷ୍ଟ ନେଇ ପାରିବେ, ଘର ନେଇପାରିବେ ଏବଂ ମୋତେ ଜେଲରେ ରଖିପାରିବେ। କିନ୍ତୁ ସେମାନେ ମୋତେ ୱାୟାନାଡର ପ୍ରତିନିଧିତ୍ୱ କରିବାକୁ ଅଟକାଇ ପାରିବେ ନାହିଁ। ମୁଁ ସଂସଦରେ ପ୍ରଧାନମନ୍ତ୍ରୀ ମୋଦୀଙ୍କର ଜଣେ ଶିଳ୍ପପତିଙ୍କ ସହ ସମ୍ପର୍କକୁ ନେଇ ପଚାରିଥିଲି। କହିଥିଲି ଆଦାନୀଙ୍କ ସହ କଣ ସମ୍ପର୍କ ରହିଛି ବୁଝାଇଦିଅ।

Leave a Reply

Your email address will not be published. Required fields are marked *

Back to top button